ସଂଚାର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କପିସାହି ଗାଁରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ପିଶାଚ ସ୍ୱାମୀ। ମୃତକ ହେଉଛନ୍ତି ବଲ୍ଲୀ ଦେହୁରୀ। ଅଭିଯୁକ୍ତ ସ୍ବାମୀ ଦୀପୁ ପ୍ରଧାନକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଦେଢ଼ ବର୍ଷ ତଳେ ପାଖ କଳାଙ୍ଗ ଗାଁର ବଲ୍ଲୀ ଦେହୁରୀଙ୍କୁ ବିବାହ କରିଥିଲା ଅଭିଯୁକ୍ତ ଦୀପୁ। ଘରେ ବାରମ୍ବାର ଗଣ୍ଡଗୋଳ କରିଆସୁଥିଲା। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି। ରାସୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରୁଛି।