ଆଉ ନାହାନ୍ତି ହ୍ୟୁମାନ ସାଗର । ଓଡ଼ିଶା ମାଟିର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ହେଉଛନ୍ତି ହ୍ୟୁମାନ ସାଗର । ତାଙ୍କର ସଂଗୀତ ଓଡ଼ିଶା ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସେ କିଛି ଦିନ ହେବ ଅସୁସ୍ଥ ଥିବାରୁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ୧୪ ତାରିଖରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୁଇ ଦିନ ପୂର୍ବରୁ ଡାକ୍ତର କହିଥିଲେ ତାଙ୍କର ମଲ୍ଟି ଅର୍ଗାନ୍ ଫେଲ ହୋଇଛି । ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ।
ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୟୂରଣୀୟ କ୍ଷତି କହିଲେ ଭୁଲ ହେବନି। ଗତକାଲି ହ୍ୟୁମାନଙ୍କ ଚେତନା ଶକ୍ତିରେ ସାମାନ୍ୟ ସୁଧାର ଆସିଥିବା ଜଣାପଡ଼ିଥିଲା । ଡାକ୍ତର କହିଥିଲେ, ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ତାପରେ ପୁଣି ବିଗିଡ଼ିଥିଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ୧୪ ତାରିଖରେ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ଲିଭର ସିରୋସିସ୍ ହେଉଛି ଏକ ଦୀର୍ଘକାଳୀନ ରୋଗ ଯେଉଁଥିରେ ଯକୃତର ସ୍ୱାଭାବିକ କୋଷଗୁଡ଼ିକ ଧୀରେ ଧୀରେ ନଷ୍ଟ ହୋଇଯାଏ ଏବଂ ସେହି ସ୍ଥାନରେ କ୍ଷତିଗ୍ରସ୍ତ ତନ୍ତୁ ସୃଷ୍ଟି ହୁଏ । ଏହି କ୍ଷତିଗ୍ରସ୍ତ ତନ୍ତୁକୁ ‘ଫାଇବ୍ରୋସିସ୍’ କୁହାଯାଏ। ଏହି କାରଣରୁ ଯକୃତ କଠିନ ହୋଇଯାଏ ଏବଂ ତା’ର ସ୍ୱାଭାବିକ କାର୍ଯ୍ୟ କରିବା କ୍ଷମତା କମିଯାଏ । ଯକୃତର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା, ଖାଦ୍ୟରୁ ପୁଷ୍ଟିକର ତତ୍ତ୍ୱ ପ୍ରକ୍ରିୟାକରଣ କରିବା ଏବଂ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରୁଥିବା ପ୍ରୋଟିନ୍ ତିଆରି କରିବା । ସିରୋସିସ୍ ହେଲେ ଏହି ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ। ରୋଗ ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ଯକୃତର ୯୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହେବା ପରେ ଏହାର ଲକ୍ଷଣ ଜଣାପଡ଼ିଥାଏ । ଅତ୍ୟଧିକ ମଦ୍ୟପାନ ଅନେକ ବର୍ଷ ଧରି ଅତ୍ୟଧିକ ମଦ୍ୟପାନ କରିବା ଲିଭର ସିରୋସିସର ଏକ ମୁଖ୍ୟ କାରଣ।
ରବିବାର ଏମ୍ସ ମାଡିକାଲରେ ହ୍ୟୁମାନ ସାଗରଙ୍କୁ ଭେଟିଥିଲେ ଅଭିନେତା ଅନୁଭବ ମହାନ୍ତି । ଏମ୍ସରେ ପହଞ୍ଚି ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ ଅନୁଭବ । ହ୍ୟୁମାନ ରେସପଣ୍ଡ କରୁଛନ୍ତି, ଯାହା ଆମ ପାଇଁ ଶୁଭ ସଙ୍କେତ ବୋଲି କହିଥିଲେ ।

