ମେଷ : ଆର୍ଥିକ ପକ୍ଷ ଦୃଢ ହେବ । ଆଜି ଆପଣ ଯେଉଁ କାମ ପୁରା କାରିବାକୁ ଚାହିଁବେ, ତାହା ପୂରା ହେବ । ଅଯଥା ଖର୍ଚ୍ଚ କମାଇଲେ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବାରେ ସହିଜ ହେବ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ରହିଛି ।
ବୃଷ : ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ ବ୍ୟବସାୟରେ ପଇସା ବିନିଯୋଗ କରନ୍ତୁ ନାହିଁ । ନୂଆ କାର୍ଯ୍ୟ ପ୍ରତି ରୁଚି ବଢ଼ିବ ।
ମିଥୁନ : ଆଜି କୌଣସି ସାଙ୍ଗକୁ ସାହାଯ୍ୟ କରିପାରନ୍ତି । ଅଫିସରେ ଆପଣଙ୍କ କାମ ପାଇଁ ପ୍ରଶଂସିତ ହେବେ । ପରିବାରରେ ଭଲ ତାଳମେଳ ରହିବ । ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ ।
କର୍କଟ : ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସାଙ୍ଗଠାରୁ ସାହାଯ୍ୟ ପାଇବେ । ଅଟକି ରହିଥିବା ଟଙ୍କା ଫେରିପାଇବେ । ଛାତ୍ରମାନେ ପାଠପଢ଼ାରେ ପରିଶ୍ରମ କରିବେ । ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ ।
ସିଂହ : ପିଲାମାନଙ୍କ ସହିତ ପିକନିକ୍ ଯାଇପାରନ୍ତି । ସନ୍ଧ୍ୟା ସୁଦ୍ଧା କିଛି ଭଲ ଖବର ପାଇବେ । ଘରର ପରିବେଶ ସୁଖଦ ହେବ । ସମାଜର ଲୋକେ ଆପଣଙ୍କ ବ୍ୟକ୍ତିତତ୍ବରେ ସନ୍ତୁଷ୍ଟ ହେବେ ।
କନ୍ୟା : ଅବିବାହିତଙ୍କୁ ବିବାହର ଅଫର ଆସିପାରେ । ପାରିବାରିକ କାର୍ଯ୍ୟ ପୂରା କରିବାରେ ଘର ଲୋକେ ସାହାଯ୍ୟ କରିବେ । ଆଜିର ଦିନ ପୂର୍ବାପେକ୍ଷା ଅଧିକ ଭଲ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲରେ କଟିବ ।
ତୁଳା : ଆଜି ଆପଣ କୌଣସି ବଡ଼ ପୋଜନା ଆରମ୍ଭ କରିପାରନ୍ତି । ନୂଆ ବସ୍ତ୍ର କିଣିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କାର୍ଯ୍ୟରେ ସଫଳତା ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।
ବିଛା : ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହ ଫୋନରେ ଏକ ଲମ୍ବା କଥାବାର୍ତ୍ତା ହୋଇପାରନ୍ତି । ଆଜି ମା’ ବାପାଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ଜୀବନରେ ଆଗକୁ ବଢ଼ିବେ ।
ଧନୁ : ଆଜି ଆପଣ ରିଲାକ୍ସ ଅନୁଭବ କରିବେ । କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ । ଦିନଟି ବହୁତ ଭଲ ରହିବ । ଆଜି ଆପଣ ନିଜ କ୍ୟାରିୟରକୁ ନେଇ ଟିକେ ଚିନ୍ତିତ ହୋଇପାରନ୍ତି । ଆଜି ସମସ୍ତ କାର୍ଯ୍ୟ ପରିବାରର ସହଯୋଗରେ ସମାପ୍ତ ହେବ ।
ମକର : ଆଜି ଆପଣଙ୍କ ପାଇଁ ଭଲ ଦିନ ହେବ । ଯେଉଁମାନେ ସୂଚନା ପ୍ରସାରଣ କ୍ଷେତ୍ର ସହିତ ଜଡିତ, ସେହିମାନେ ଆଜି ଏକ ବଡ଼ ସଂସ୍ଥାରେ କାମ କରିବାରେ ସୁଯୋଗ ପାଇବେ । ଲଭମେଟଙ୍କ ସହ ଖୁସିରେ ସମୟ କାଟିବେ ।
କୁମ୍ଭ : ଆଜି ଆପଣଙ୍କର ଖର୍ଚ୍ଚ ବଢ଼ଇପାରେ । କାର୍ଯ୍ୟ ରିବାରେ ଟିକେ ଅଳସୁଆ ହେବେ । ଆଜି ପୁରୁଣା କିଛି କାରବାରକୁ ଅଣଦେଖା କରନ୍ତୁ ନାହିଁ । ଆଜି ଆପଣଙ୍କ ଘରକୁ ଅତିଥି ଆସିବାରେ ସମ୍ଭାବନା ରହିଛି ।
ମୀନ : କଳାକାରମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ ହେବ । ଯଦି କିଛି ବିଶେଷ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ କାର୍ଯ୍ୟ ସଫଳ ହେବ । ଆଜି ପତି ଓ ପତ୍ନୀଙ୍କ ମଧ୍ୟରେ ସମନ୍ବୟ ରହିବ । ଆଜି ଆପଣ ଟଙ୍କା ବିଷୟରେ ଟିକେ ଚିନ୍ତିତ ହୋଇପାରନ୍ତି ।