ମେଷ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ । ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଚାକିରିରେ କିଛି ଭଲ ସୁଯୋଗ ପାଇବେ । ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯିବେ ।
ବୃଷ: ବ୍ୟବସାୟରେ ପ୍ରଗତି ହେବ । ଆପଣ ଲୋକମାନଙ୍କର ସହଯୋଗ ପାଇବେ । ସାମାଜିକ ଜୀବନ ଭଲ ରହିବ । ପ୍ରେମରେ ସଫଳତା ପାଇବେ ।
ମିଥୁନ: ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ ।
କର୍କଟ: ଅଫିସ କାମରେ ବାହାରକୁ ଯିବେ । ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ । ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସ ଆସିବ । ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଅବସର ପାଇବେ ।
ସିଂହ: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଦେଇ କାମ କରିବେ । ନିଜ କାମରେ ଅଧିକ ପୁଞି ଲଗାଇପାରନ୍ତି । କିଣାବିକାରେ ସାବଧାନତା ଅବଲମ୍ବନ କରନ୍ତୁ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ ।
କନ୍ୟା: ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ । ବନ୍ଧୁ ସାହାଯ୍ୟରେ ଆପଣଙ୍କ ଯୋଜନା ସଫଳ ହେବ । ବ୍ୟବସାୟରେ ମନ ମୁତାବକ ସଫଳତା ପାଇବେ ।
ତୁଳା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ । ଅଫିସରେ କାମର ବୋଝ ଅଧିକ ହୋଇପାରେ । ଅଚାନକ ଧନଲାଭ ହେବ । ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ ।
ବିଛା: ଚାକିରିଜୀବୀଙ୍କ ଲାଗି ପଦୋନ୍ନତି ଯୋଗ ଅଛି । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ଜୀବନସାଥୀ ଠାରୁ କୌଣସି ଖୁସି ଖବର ପାଇବେ ।
ଧନୁ: କୌଣସି ବ୍ୟକ୍ତିଙ୍କ ଠାରୁ ଆଶା ଠାରୁ ଅଧିକ ଲାଭ ପାଇବେ । ନବବିବାହିତ ଦମ୍ପତ୍ତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ । ଓକିଲଙ୍କ ଲାଗି ଦିନଟି ଭଲ ରହିବ ।
ମକର: ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ । ଆପଣଙ୍କୁ ରୋଜଗାରର ନୂଆ ଅବସର ମିଳିବ । ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ । ଘରକୁ କୌଣସି ବନ୍ଧୁ ଆସିବେ ।
କୁମ୍ଭ: ପୂଜାପାଠରେ ଅଧିକ ସମୟ ବିତିବ । ଭାବିଥିବା କାମ ସଂପୂର୍ଣ୍ଣ ହେବ । ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ । ଜୀବନସାଥୀଙ୍କୁ ମନର କଥା କହିବେ । ଛାତ୍ରଙ୍କ ଲାଗି ଦିନଟି ଭଲ ।
ମୀନ: ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ । କୌଣସି ନୂଆ ଦାୟିତ୍ବ ଆପଣ ଶୀଘ୍ର ପାଇବେ । ଛାତ୍ରଛାତ୍ରୀଙ୍କର ଧ୍ୟାନ ପାଠପଢ଼ାରେ ଲାଗି ରହିବ ।

