ମେଷ: ଦିନଟି ଶୁଭମୟ ରହିବ । କଠିନ କାମ ସହଜରେ ସଂପୂର୍ଣ୍ଣ କରିବେ। ଜୀବନସାଥୀ ଠାରୁ କୌଣସି ଉପହାର ପାଇବେ । ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ସାମାଜିକ ସ୍ତରରେ ଲୋକ ପ୍ରିୟତା ବଢ଼ିବ ।
ବୃଷ: ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି। ରାଜନୀତିରେ ବଡ଼ ଲୋକଙ୍କ ସହ ମିଳାମିଶା ବଢ଼ିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଧନପ୍ରାପ୍ତିର ଯୋଗ ରହିଛି ।
ମିଥୁନ: ବ୍ୟବସାୟର ଲାଭ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଭଲ ରହିଛି । ରଙ୍ଗମଞ୍ଚ କ୍ଷେତ୍ରରେ ଥିବା ଲୋକମାନେ ନିଜର କୌଶଳ ଦେଖାଇବାର ବଡ଼ ଉପଲବ୍ଧି ହାସଲ କରିବେ।
କର୍କଟ: ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ଜୀବନସାଥୀଙ୍କ ସହ ବାହାରେ ଭ୍ରମଣ କରିବେ । କଥା କହିବା ସମୟରେ ସଞ୍ଜମତା ରକ୍ଷା କରନ୍ତୁ ।
ସିଂହ: ଆପଣଙ୍କୁ କିଛି ଏଭଳି କାମ ଦିଆଯିବ। ଯାହା ଚାଲେଞପୂର୍ଣ୍ଣ ହେବ। ତାହାକୁ ସଫଳତା ପୂର୍ବକ କରିବାକୁ ଚେଷ୍ଟା କରିବେ। ଚାକିରରେ ପଦୋନ୍ନତି ସହ ଆୟ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ଅନୁଭବ ପ୍ରାପ୍ତ ହେବ।
କନ୍ୟା: ଭାଗ୍ୟ ଆପଣଙ୍କୁ ସାଥ ଦେବ। କାର୍ଯ୍ୟକ୍ଷେତ୍ରରେ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀର ଦୃଷ୍ଟିକୋଣ ବୁଝି ବ୍ୟକ୍ତିଗତ ସମସ୍ୟା ସମାଧାନ କରିବେ। ରୋଷଇ ପାଇଁ ଜରୁରୀ ଜିନିଷ କିଣିବେ ।
ତୁଳା: କାହାରି ସହିତ ଅତିଶୀଘ୍ର ବନ୍ଧୁତା କରନ୍ତୁ ନାହିଁ। ଥଟ୍ଟା ମଜାର କହିବା କଥାକୁ ନେଇ ନାରାଜ ହୁଅନ୍ତୁ ନାହିଁ। କୌଣସି ଗୁପ୍ତ ରହସ୍ୟ ଜାଣି ପାରବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।
ବିଛା: ପୂଜାପାଠରେ ସମୟ ବିତିବ। ଭାଇର ମହତ୍ବପୂର୍ଣ୍ଣ କାର୍ଯ୍ୟରେ ସାହାଯ୍ୟ କରିବେ। ଆପଣଙ୍କ ଅଧୁରା କାମ ପୂରା କରିବାରେ କାହାରି ସାହାଯ୍ୟ ନେବେ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ।
ଧନୁ:: ବ୍ୟବସାୟ ସଂପର୍କିତ ଯୋଜନା ଯଥେଷ୍ଟ ଆକର୍ଷିତ ହେବ। ଲୋକମାନଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ ଶଦ୍ଦକୁ ଭଲଭାବେ ଶୁଣନ୍ତୁ। ଆର୍ଥିକ ବିଷୟରେ ବନ୍ଧୁର ସାହାଯ୍ୟ ନେବେ।
ମକର: ଜୀବନସାଥୀର ଅସୀମ ପ୍ରେମ ଓ ସମର୍ଥନ ଆପଣଙ୍କ ପ୍ରେମକୁ ଆହୁରି ମଜଭୁତ କରିବ। ଆପଣ ନିଜକୁ ଶକ୍ତଶାଳୀ ଅନୁଭବ କରିବେ। ପ୍ରେମିକ ସହ ଆପଣଙ୍କ ମନ ପସନ୍ଦ ଜାଗାକୁ ବୁଲି ଯିବେ।
କୁମ୍ଭ: ଆପଣଙ୍କ ଇଚ୍ଛାରେ ଆପଣ କାହାରିକୁ ସାହାଯ୍ୟ କରିବେ। କାରବାର ଲାଗି ଅନୁଭବୀ ବ୍ୟକ୍ତିଙ୍କ ସହ ବିଚାର ବିମର୍ଶ କରିବେ। ଆପଣଙ୍କ ଆୟ ବୃଦ୍ଧି ହେବାର ପ୍ରବଳ ସମ୍ଭାବନା।
ମୀନ: ନିଜ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ହେବ। କୌଣି କାମକୁ ନେଇ ଜିଦ୍ କଲେ କାମ ବିଗିଡ଼ି ପାରେ। କୌଣସି ଶୁଭ ଖବର ପାଇବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।