ମେଷ : ସ୍ବାସ୍ଥ୍ୟହାନି ସାଙ୍ଗକୁ କେତେକ ଆକସ୍ମିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହିବ ନାହିଁ । ବନ୍ଧୁଙ୍କ ସହାନୁଭୂତି ଲାଭ କରିବେ ଓ ସମସ୍ୟାର ସମାଧାନ ହୋଇଯିବ । ଅଭାବ ପୂରଣ ଦିଗରେ ପଡ଼ୋଶୀଙ୍କ ସାହାଯ୍ୟ କାମକୁ ଆସିବ । ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ବୃଷ : ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ନ ହୋଇପାରିବା ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ । ଅର୍ଥ ସଂକଟ ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ପୂର୍ବ ଯୋଜନା ଅନୁଯାୟୀ କର୍ମ କରି ଏବଂ ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କଲେ ଅବଶ୍ୟ ଉପକୃତ ହେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
ମିଥୁନ : ଆଜି କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଦୂରଯାତ୍ରା ଓ ବନ୍ଧୁମିଳନରୁ ଖୁସି ରହିବେ । ଏହା ସାଙ୍ଗକୁ ପାରିବାରିକ ସ୍ଥିରତା, ଅର୍ଥାଭାବ ଦୂରେଇ ଯିବ, କାର୍ଯ୍ୟସିଦ୍ଧି ହେତୁ ଅପରାହ୍ନଟି ଖୁସିରେ କଟାଇବେ । ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ଶିଳ୍ପ, ଗୃହ ନିର୍ମାଣ,ପରିବହନ, ବ୍ୟବସାୟ ଏପରିକି ଯୋଗାଣ କାରବାରରେ ଉନ୍ନତି କରିବେ ।
କର୍କଟ : ସ୍ବାସ୍ଥ୍ୟରେ ଉନ୍ନତି, ଯାନବାହନ ଲାଭ, ଗୃହ ନିର୍ମାଣ, ଜମିଜମା କାରବାରରେ ଅଗ୍ରଗତି ଯୋଗୁ ଖୁସି ରହିବେ । ନୂତନ ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଆଜି ଅନୁକୂଳ ଫଳ ପାଇବେ । ମକଦ୍ଦମା, ଗବେଷଣା, ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । କ୍ରନିକ୍ ରୋଗ, ଦୀର୍ଘଦିନର ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ ।
ସିଂହ : ସାମାଜିକ ସ୍ତରରେ ସୁସମ୍ପର୍କ ଓ ସମ୍ମାନ, ପ୍ରଶଂସା ପାଇ ମନ ଖୁସି ରହିବ । ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ପାଇବେ । ହଠାତ୍ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇ ପାରେ । ପିଲାଙ୍କ ପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ ।
କନ୍ୟା : ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଖୁସି ମନାଇବେ । ସକାଳ ସମୟଟି ଭଲ ରହିବ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ।
ଯୁକ୍ତିତର୍କକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବା ଆଶଙ୍କା ରହିଛି । ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରି ରଖିବା ସହ ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟସ୍ତ ରହିବେ ।
ତୁଳା : କର୍ମଜଞ୍ଜାଳ ବୃଦ୍ଧି କାରଣରୁ କୌଣସି ସ୍ଥାନରେ ସ୍ଥିର ଭାବରେ ରହିପାରିବେ ନାହିଁ । ବନ୍ଧୁଙ୍କ ସାହାଯ୍ୟରେ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । ସାମାଜିକ କ୍ଷେତ୍ରରେ ବନ୍ଧୁଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ବିବାଦୀୟ ପରିସ୍ଥିତିର ମୁକାବିଲା କରି ବ୍ୟବସାୟକୁ ଆଗକୁ ବଢାଇବାକୁ ପଦକ୍ଷେପ ଗ୍ରହଣ କରିପାରନ୍ତି ।
ବିଛା : ନିଜର ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି । ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଏବଂ ଭ୍ରମଣ ପାଇଁ ମନ ବଳାଇବେ । କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି । ସଭାସମିତିରେ ନିଷ୍ପତ୍ତି ବଦଳାଇବା ଫଳରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ ।
ଧନୁ : ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବା କାରଣରୁ ମନ ଅସ୍ଥିର ରହିବ । ଆଜିର ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନରେ ସଫଳ ହେବେ । ଅବହେଳା ଯୋଗୁ କେତେକ କାମ ସକାଶେ
ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ ।
ମକର : ସକାଳୁ କୌଣସି କର୍ମାରମ୍ଭରେ ସଙ୍କଟର ସମ୍ମୁଖୀନ ହେବେ । ଅନ୍ୟକୁ ସହଜରେ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ହଠାତ୍ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍ ହେବନାହିଁ । ଲେଖାପଢ଼ା ତଥା ସାମ୍ବାଦିକତା, ପ୍ରକାଶନ, ପ୍ରଶାସନ, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ ।
କୁମ୍ଭ : ଆଜିର ଦିନଟିରେ ଅର୍ଥଲାଭ, ସ୍ବାଦିଷ୍ଠ ଭୋଜନ, ବନ୍ଧୁଙ୍କ ଆଦର ସୋହାଗ ମନକୁ ପ୍ରଫୁଲ୍ଲିତ କରି ରଖିବ । ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ ।
ମୀନ : ବିଭିନ୍ନ ସୁଖ ସମ୍ଭୋଗ ଓ ବିଳାସବ୍ୟସନର ସୁଯୋଗ ପାଇଲେ ମଧ୍ୟ ତାହା ଉପଭୋଗ୍ୟ ନ ହୋଇପାରେ । ଗୃହ, ଯାନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଦ୍ରବ୍ୟ ପାଇଁ ମନ ବଳାଇବେ । ବନ୍ଧୁବର୍ଗ ଓ ଆତ୍ମୀୟଙ୍କ ସାହାଯ୍ୟରୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପିଲାଙ୍କ ବିବାହ ଚିନ୍ତାରେ ମନ ଉଦ୍ବିଗ୍ନ ରହିବ ।