ମେଷ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ସବୁ ଅଶାନ୍ତିର ସମାଧାନ ବାହାରିବ । ଜୀବନସାଥୀ ସହ କିଛି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ସତେଜ ରହିବେ।
ବୃଷ: ଆପଣଙ୍କ ପାଇଁ ଦିନଟି ଭଲ ରହିବ । ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ । ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ମିଳିବ । ଖୁସି ଖବର ପାଇବେ ।
ମିଥୁନ: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନ ସମ୍ମାନ ବଢ଼ିବ । କୌଣସି ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ । ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ ।
କର୍କଟ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେଆପେ ଶେଷ ହୋଇଯିବ । ଧର୍ମକାର୍ଯ୍ୟରେ ସହଯୋଗ ଦେବାର ଅବସର ପାଇବେ । ପିଲାମାନେ ନିଜର ମନକଥା ବାପା ମାଆଙ୍କୁ କହିବେ ।
ସିଂହ: ଦାମ୍ପତ୍ୟ ଜୀବନ ମିଷ୍ଟତାରେ ପୂର୍ଣ୍ଣ ରହିବ । ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ । ନୂଆ ବ୍ୟବସାୟ ଆରମ୍ଭ ପୂର୍ବରୁ କାହାରି ପରାମର୍ଶ ନିଅନ୍ତୁ।
କନ୍ୟା: ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ରାଜନୀତିରେ ସଫଳତା ପାଇବେ । ପ୍ରେମ ଜୀବନ ଭଲ ରହିବ।
ତୁଳା: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ଭାବେ ମୁକାବିଲା କରିପାରିବେ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କ ସମ୍ବନ୍ଧରେ ମଧୁରତା ଆସିବ । ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।
ବିଛା: ଆତ୍ମବିଶ୍ବାସ ବଳରେ ଆପଣ କାମ ପୂରା କରିନେବେ । ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯିବେ । ଚାକିରି ବିଷୟରେ ଆପଣ ବହୁତ ବ୍ୟବହାରିକ ରହିବେ । ବୈବାହିକ ଜୀବନ ସୁଖମୟ ହେବ ।
ଧନୁ: ଘରେ ପୂଜାପାଠର ଆୟୋଜନ କରିପାରନ୍ତି । ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ । ଚାକିରିଆଙ୍କୁ ଭଲ ପରିଣାମ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ । ପ୍ରେମୀ ଯୁଗଳଙ୍କୁ ଦିନଟି ଖୁସି ଦେବ।
ମକର: ଆପଣଙ୍କର ଅଧୁରା ଥିବା ସବୁ କାମ ପୂରା କରିପାରିବେ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ । ସାମାଜିକ ପରିସର ବୃଦ୍ଧି ହେବ ।
କୁମ୍ଭ: କାହାରି ମାମଲାରେ ଦଖଲ ଦେବାରେ ନିବୃତ୍ତ ରୁହନ୍ତୁ । ବନ୍ଧୁ ଦେଇଥିବା ପରାମର୍ଶ ଗ୍ରହଣ କରିନିଅନ୍ତୁ । ପିଲମାନଙ୍କ ପାଠପଢ଼ାକୁ ନେଇ ଆପଣ ସତର୍କ ରହିବା ଦରକାର ।
ମୀନ: କୋର୍ଟ କଚେରି ମାମଲାରେ ନିସ୍ତାର ପାଇବେ। ଇଂଜିନିୟରଙ୍କ ଲାଗି ଦିନଟି କିଛି ପରିବର୍ତ୍ତନ ଆଣିବ । ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ । ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ ।
