ମେଷ: ଦିନଟି ଆପଣଙ୍କ ଲାଗି ଭଲ ରହିବ । ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ମିଳିବ । ପାରିବାରିକ ସମସ୍ୟା ସମାଧାନ ହେବ । ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ ।
ବୃଷ: ଧୈର୍ଯ୍ୟଧରି ରୁହନ୍ତୁ ଆଉ ସମୟ ସହିତ ଚାଲନ୍ତୁ । ପ୍ରତିଟି କାମରେ ଭଲ ପରିଣାମ ପାଇବେ । ଅଚାନକ ଧନଲାଭ ହେବ । ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିବ ।
ମିଥୁନ: ଆପଣଙ୍କୁ ମନ ଚାହୁଁଥିବା କାମରେ ସଫଳତା ମିଳିପାରେ । ଅଫିସରେ ଅଧିକାରୀବର୍ଗ ଆପଣଙ୍କୁ ଅଧିକ ଦାୟିତ୍ବ ତୁଲାଇବାକୁ କହିପାରନ୍ତି । ଶିକ୍ଷାର୍ଥୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ ।
କର୍କଟ: ଧର୍ମକାର୍ଯ୍ୟରେ ମନ ଲାଗିବ । ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ବେପାରରେ ମନ ମୁତାବକ ଲାଭ ପାଇବେ । ପ୍ରେମୀ ଯୁଗଳ ମନର କଥା ଜଣେ ଅନ୍ୟଜଣଙ୍କୁ କହିବେ ।
ସିଂହ: ଆପଣଙ୍କ ଜୀବନ ଜୀବିକା ପାଇଁ ଭଲ ଦିନଟିଏ । ପାରିବାରିକ ସମସ୍ୟା ସମାପ୍ତ ହୋଇଯିବ। ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହେବ । ବନ୍ଧୁ ସହ ଫୋନରେ ଭଲ କଥା ହେବେ ।
କନ୍ୟା: କାମ ପାଇଁ କରି ଆସୁଥିବା ଚେଷ୍ଟାରେ ସଫଳ ହେବେ । ସୋସିଆଲ ମିଡ଼ିଆରେ କାହାରି ସହିତ କଥା ହେବେ । ନୂଆ ସ୍ଥାନକୁ ବୁଲିବାକୁ ଯିବେ ।
ତୁଳା: ଆପଣଙ୍କର ଆକର୍ଷକ ଓ ଚୁମ୍ବକୀୟ ବ୍ୟକ୍ତିତ୍ବ କିଛି ଲୋକଙ୍କ ଧ୍ୟାନ ଆପଣଙ୍କ ଆଡ଼କୁ ଟାଣିବ । ପରିଶ୍ରମ ବଳରେ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନେବେ । ପ୍ରିୟଜନଙ୍କ ଠାରୁ ଉପହାର ପାଇବେ ।
ବିଛା: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା ଲାଗୁ କରନ୍ତୁ ଠିକ ରହିବ । ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ । ବେପାରରେ ଉନ୍ନତି ହେବ । ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ଆସିବ ।
ଧନୁ: ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ । ରାଜନୀତି କ୍ଷେତ୍ରରେ ସଫଳତା ପାଇବେ । ବୈବାହିକ ଜୀବନରେ ଖୁସି ବୃଦ୍ଧି ହେବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବହୁତ ଭଲ ରହିବ ।
ମକର: ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା । ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସଫଳତା ମିଳିବ ।
କୁମ୍ଭ: ଦୀର୍ଘ ଦିନର ଅଟକି ଥିବା ସରକାରୀ କାମ ସଂପୂର୍ଣ୍ଣ ହୋଇଯିବ । ବ୍ୟବସାୟରେ ଉନ୍ନତି ହେବ । ବନ୍ଧୁଙ୍କୁ ମନର କଥା କହି ମନକୁ ଶାନ୍ତି ମିଳିବ । ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ ।
ମୀନ: ଆପଣଙ୍କର ସକାରାତ୍ମକ ମାନସତା ଆପଣଙ୍କୁ ଲାଭ ଦେବ । ଚାକିରି ପାଇଁ ନୂଆ ଅବସର ପାଇବେ । ଛୋଟଛୋଟ କଥାରେ ଖୁସିର ତଲାସ କରିବେ । ଜୀବନସାଥୀ ସହ ମିଶିବାର ମଉକା ପାଇବେ ।