ମେଷ:- ପୂଜାପାଠରେ ସମୟ ବିତିବ । ଡ଼େକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ସାଧାରଣ ରହିବ। ଆପଣଙ୍କ ପିଲା ଠାରୁ ଭଲ ଖବର ପାଇବେ।
ବୃଷ:- ଓକିଲଙ୍କ ଲାଗି ଦିନଟି ଭଲ ରହିବ । କୌଣସି ମକଦ୍ଦମାରେ ଜୟ ଲାଭ କରିବେ । ଘର ଲୋକ ଆପଣଙ୍କର କୌଣସି କାମରେ ଖୁସି ହେବେ । ଦାମ୍ପତ୍ୟ ଜୀବନ ମଧୁରତା ପୂର୍ଣ୍ଣ ରହିବ ।
ମିଥୁନ:- ଅଧୁରା ଥିବା କାମ ପୂରା କରିପାରିବେ । ଚାକିରିରେ ଉନ୍ନତି ଯୋଗ ଅଛି । ବନ୍ଧୁର ଜନ୍ମଦିନ ସମାରୋହକୁ ଯାଇପାରନ୍ତି । ପାରିବାରିକ ଜୀବନ ସୁଖକର ହେବ । ଘର ପାଇଁ ବିଜୁଳି ଉପକରଣ କିଣି ପାରନ୍ତି ।
କର୍କଟ:- ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ । ଅଫିସରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ହେବ । ଯାନ କିଣିବା ପାଇଁ ପରିବାରର ପୂରା ସହଯୋଗ ପାଇବେ ।
ସିଂହ:- ବାପା ମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ । ବ୍ୟବସାୟଙ୍କୁ ବଡ଼ ଅର୍ଡ଼ର ମିଳିବ । ବୈବାହିକ ଜୀବନରେ ଖୁସି ଆସିବ । ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ । ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ ।
କନ୍ୟା:- ବ୍ୟବସାୟ ଦୃଷ୍ଟିରୁ ସଫଳତା ପାଇବେ । ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଠିକ୍ ରହିବ । ଛୋଟ ଛୋଟ ସଫଳତାରେ ଶୀଘ୍ର ଉନ୍ନତି ହେବ । ରାଜନୀତି କାର୍ଯ୍ୟରେ ମନ ଲାଗିବ ।
ତୁଳା:- ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି । ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ । ପ୍ରେମୀ ଯୁଗଳ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି । ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ ।
ବିଛା:- କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ । ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ । ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ ।
ଧନୁ:- ଆପଣଙ୍କର ଅଶାନ୍ତି ନିବାରଣ ହେବ । ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଧନଲାଭ ହେବ । ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ପ୍ରିୟଜନଙ୍କ ଠାରୁ ଉପହାର ପାଇବେ ।
ମକର:- ଆପଣଙ୍କୁ ଭଲ ଚାକିରି ମିଳିବ । ଧନ ଚିନ୍ତା ଦୂର ହୋଇଯିବ । ପୁରୁଣା ବନ୍ଧୁ ସହିତ ଫୋନରେ କଥା ହେବେ । ପରିବାରରେ ସୌହାର୍ଦ ବଜାୟ ରହିବ । ପ୍ରେମୀ ଯୁଗଳଙ୍କର ସମ୍ବନ୍ଧ ମଧୁରତା ପୂର୍ଣ୍ଣ ରହିବ ।
କୁମ୍ଭ:- ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ । ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ । ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ । ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ ।
ମୀନ:- ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ । ବେପାରରେ ଲାଭ ହେବ । ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ । ଯାନ କିଣିବା ଲାଗି ମନ ବଳାଇବେ