ମେଷ : ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ନିକଟସ୍ଥ ବ୍ୟକ୍ତିଙ୍କୁ ମନ ବୁଝିଲା ଭଳି କଥା କହି ଆପଣେଇନେବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବିବାଦୀୟ ଘଟଣାରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ । ବାଣିଜ୍ୟ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ ।
ବୃଷ : ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ । କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । କିନ୍ତୁ ଅଫିସରେ ଅନ୍ୟମାନଙ୍କ କଥାଗୁଡ଼ିକ ଭଲ ଲାଗିବ ନାହିଁ । ସଭାସମିତି ଓ ସଙ୍ଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ମିଥୁନ : ସତର୍କରେ କାମ ନ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ । ପିଲାଙ୍କ କଳହକୁ କେନ୍ଦ୍ର କରି ଓ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ଆର୍ଥିକ ସ୍ଥିତି ଉନ୍ନତ ନ ହେଲେ ମଧ୍ୟ ଦୈନନ୍ଦିନ ଆବଶ୍ୟକତା ପୂରଣରେ ଅସୁବିଧା ରହିବ ନାହିଁ । ବୃତ୍ତି, ବାଣିଜ୍ୟ, କଳା, ସାହିତ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପାଇପାରିବେ ।
କର୍କଟ : ମନର ଅକୁହା କଥାକୁ ଅନ୍ତରଙ୍ଗ ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାରେ ପଛେଇଯିବେ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ । ଅସ୍ଥିର ମନର କ୍ରୋଧ ସକାଶରୁ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ ।
ସିଂହ : ବିବାଦୀୟ ପରିସ୍ଥିତିରେ ପକ୍ଷଭୁକ୍ତ ହୋଇ ମଧ୍ୟସ୍ଥତା କଲେ ସମାଲୋଚିତ ହେବେ । ଟେନ୍ସନ ଜନିତ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ସକାଶେ ପ୍ରତିକୂଳ ପ୍ରଭାବ ପକାଇପାରେ । ତର୍କବିତର୍କ କାରଣରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଆଜି ପୁଣି ଯୋଡ଼ି ହୋଇଯିବ । ନିର୍ମାଣ, କର୍ମାରମ୍ଭ ତଥା ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ ।
କନ୍ୟା : ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କଲେ ମଧ୍ୟ ଜିତପଟ ଆପଣଙ୍କର ହେବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବେ । ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନାପସନ୍ଦ କରିପାରନ୍ତି ।
ତୁଳା : ବିଳମ୍ବରେ ଲକ୍ଷ୍ୟସ୍ଥଳକୁ ଯାତ୍ରା ପରିସ୍ଥିତିକୁ ଓଲଟ ପାଲଟ କରିଦେଇପାରେ । ସମସ୍ତ କାମ ଠିକ୍ରେ ଚାଲିବ, ମାତ୍ର ଅସାବଧାନତାରୁ ଦ୍ରବ୍ୟ ନଷ୍ଟ ହୋଇପାରେ । କର୍ମକ୍ଷେତ୍ରରେ କିମ୍ବା ପାରିବାରିକ ସ୍ତରରେ ଯାହା ଆଶଙ୍କା କରୁଛନ୍ତି, ସେମିତି କିଛି ହେବ ନାହିଁ । ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ ।
ବିଛା : ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ । ପରିବାରରେ ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ବନ୍ଧୁମାନଙ୍କ ସହ ଆଜିର ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ । ସଭାସମିତିରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ ।
ଧନୁ : ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ଖୁସି ରହିବେ । ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ । ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହୋଇପାରନ୍ତି । ବୟସ୍କ ବ୍ୟକ୍ତିମାନଙ୍କ ନିକଟରୁ ଶ୍ରଦ୍ଧା ଓ ଗଠନମୂଳକ ପରାମର୍ଶ ପାଇ ଖୁସି ରହିବେ ।
ମକର : ପରିବାର ସଦସ୍ୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ବିଭିନ୍ନ ସମସ୍ୟା ମଧ୍ୟରେ ମନ ଅଶାନ୍ତ ରହିବ, କିନ୍ତୁ ଅନ୍ୟମାନଙ୍କ ସାହାଯ୍ୟର ପ୍ରତିଶ୍ରୁତିରୁ ମନ ହାଲୁକା ରହିପାରେ। ପୂର୍ବାଷାଢ଼ା ନକ୍ଷତ୍ର କେତେକ ନୂତନ କାମର ପରିକଳ୍ପନା କରି କୃତକାର୍ଯ୍ୟ ହେବେ । ସାମୟିକ ଭାବରେ ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି ।
କୁମ୍ଭ : ନିକଟତମ ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । କେତେକ କ୍ଷେତ୍ରରେ ଅଜଣା ଭୟରେ ଆତଙ୍କିତ ହୋଇ କୌଣସି କାର୍ଯ୍ୟାରମ୍ଭ କରିପାରିବେ ନାହିଁ । ମତଭେଦ ଲାଗି ରହିବା କାରଣରୁ ପରିବାରରେ ଛୋଟ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବ । ସଭାସମିତିରେ ଗଠନମୂଳକ ପରାମର୍ଶ ଦେଇ ପ୍ରଶଂସିତ ହେବେ ।
ମୀନ : ମାନସିକ ଅବସାଦ ବୃଦ୍ଧି ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ହଠାତ୍ ପ୍ରିୟ ବନ୍ଧୁଟିର କୌଣସି ଘଟଣା ମନକୁ ବିବ୍ରତ କରିପାରେ । ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍ ହୋଇଯିବ । ଯାନବାହନ, ବାଣିଜ୍ୟ ସମସ୍ୟା କ୍ରମଶଃ ଜଟିଳ ହେବାର ଆଶଙ୍କା ଦେଖାଦେବ ।

