ମେଷ : ଆଜିର କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାମ କରି ଆଶାକୁ ଚରିତାର୍ଥ କରିବେ । ବିବାଦୀୟ ସମସ୍ୟାକୁ ନେଇ ଟେନ୍ସନ୍ ବଢ଼ିବ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ, ମାତ୍ର ତାହା ନିଜ ସପକ୍ଷରେ ଯିବାର ସମ୍ଭାବନା ରହିଛି । କଳା, କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ ।
ବୃଷ : ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ । ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ । ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ ସତ ଯେଉଁଥିପାଇଁ ଆବଶ୍ୟକ ମନେ କରୁଥିଲେ ତାହାକୁ ପୂରା କରିପାରିବେ ନାହିଁ । ଅଧ୍ୟାପନା, ପ୍ରଶାସନିକ ସେବା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସା ମିଳିବ ।
ମିଥୁନ : ଆତ୍ମୀୟମାନେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପ୍ରଦାନରେ ସହାୟ ହେବେ । ପ୍ରକାଶନ, ପ୍ରଶାସନ, ରାଜନୀତି ଓ ଆନୁଷ୍ଠାନିକ କାମ ସହଜରେ ସାଧିତ ହେବ । ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ । ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣିପାରନ୍ତି ।
କର୍କଟ : ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ । ସରକାରୀ କ୍ଷେତ୍ରରୁ ଆର୍ଥିକ ସାହାଯ୍ୟ ପାଇବେ ଏବଂ ବନ୍ଧୁମାନଙ୍କ ପରାମର୍ଶକୁ ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରିବେ । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ ।
ସିଂହ : ଆପଣଙ୍କ ସୁଚିନ୍ତିତ ବିଚାରଧାରା ଓ କାର୍ଯ୍ୟପ୍ରଣାଳୀ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବାରେ ସହାୟକ ହେବ । ସମୟୋପଯୋଗୀ ପଦକ୍ଷେପ ନେବା ସହ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ପରିବାରର ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ମନ ଭାରାକ୍ରାନ୍ତ ରହିବ । ଅଭାବନୀୟ ପରିସ୍ଥିତି ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ ।
କନ୍ୟା : ଆଜି ସକାଳୁ ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଦୂରଯାତ୍ରା କରିବାକୁ ପଡ଼ିପାରେ । ଆର୍ଥିକ ଅନଟନକୁ କେନ୍ଦ୍ରକରି ଘରୋଇ ସମସ୍ୟା ହେତୁ ମାନସିକ ଶାନ୍ତି ବ୍ୟାହତ ହେବ । ପାରିବାରିକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି । ଦୀର୍ଘ ଦିନରୁ ଚାହୁଁଥିବା ସୁଯୋଗ ହାତଛଡ଼ା ହୋଇପାରେ । ଅଧିକାଂଶ ସମୟରେ ମନ ବିଚଳିତ ରହିବ ।
ତୁଳା : କିଛି ମନ୍ତବ୍ୟକୁ କେନ୍ଦ୍ରକରି ବୟସ୍କ ବ୍ୟକ୍ତି ଜଣେ ଅସନ୍ତୋଷ ପ୍ରକାଶ କରିପାରନ୍ତି । ଲାଗି ରହିଥିବା ସମସ୍ୟାର ଗତି ବଦଳିଯିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ଆଲୋଚନା ପରିସରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି ।
ବିଛା : ଆଜି ମାନସିକ ସ୍ଥିରତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, କାର୍ଯ୍ୟ ସିଦ୍ଧି ସହ ଅର୍ଥପ୍ରାପ୍ତିରୁ ମନ ଖୁସି ରହିବ । ମାତ୍ର ବିଶେଷ ଭାବରେ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ । ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ । ସନ୍ଧ୍ୟା ସମୟରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ ।
ଧନୁ : କର୍ମକ୍ଷେତ୍ରରେ ଉଚ୍ଚ ଚିନ୍ତା କରିବେ ଏବଂ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଆଲୋଚନା ଅବସରରେ ଆତ୍ମୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ବାକି ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଆଜିହିଁ ଶେଷ କରିବାକୁ ଚିନ୍ତା କରୁଥିବା କାମଟିରେ ନିରାଶ ହେବାକୁ ପଡ଼ିପାରେ ।
ମକର : ଅସାବଧାନତା କାରଣରୁ ଧନହାନି, କଳହ, ପ୍ରତାରଣା ଓ ଶାରୀରିକ ଆଘାତ ପାଇବାର ସମ୍ଭାବନା ରହିଛି । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି । ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ ।
କୁମ୍ଭ : ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରିବା ହେତୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ମଧ୍ୟ ଅପ୍ରିୟ ସତ୍ୟଭାଷଣରୁ ଦୂରେଇ ରହିବା ଭଲ ହେବ । ପରିବାରରେ ପୁତ୍ରକନ୍ୟା ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ । ତରବରିଆ ଭାବେ କୌଣସି କାମ ନ କରି ଦେଖିଚାହିଁ ପଦକ୍ଷେପ ନିଅନ୍ତୁ ।
ମୀନ : ସମସ୍ତ ସୁବିଧା ଥିଲେ ମଧ୍ୟ ହାତକୁ ନେଇଥିବା କାମଟି ବିଳମ୍ବରେ ଓ ବହୁ କଷ୍ଟରେ ସମ୍ପନ୍ନ ହେବ । ପୂର୍ବର କେତେକ ବିବାଦୀୟ କଥାକୁ ମନେପକାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି ।
