ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିପାରନ୍ତି। ଦୃଢ଼ ସଂକଳ୍ପ ସହ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କ୍ଷମତା ଉପରେ ଭରସା ରଖନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ବ୍ୟସ୍ତ ରହିବେ।
ବୃଷ: ଘନିଷ୍ଠ ଲୋକଙ୍କ ସହଯୋଗ ରହିବ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ଅଚାନକ ଖୁସି ଖବର ପାଇବେ ।
ମିଥୁନ: ଦୂରଯାତ୍ରାରୁ ଥକ୍କାପଣ ଅନୁଭବ କରିପାରନ୍ତି। ଅନ୍ୟର ଥଟ୍ଟା ପରିହାସକୁ ଅଣଦେଖା କରନ୍ତୁ। ଦୀର୍ଘ ଦିନରୁ ପଡ଼ିରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସୁଖ ଶାନ୍ତି ମିଳିବ। ଯାନବାହନ କ୍ରୟ କରିପାରନ୍ତି।
କର୍କଟ: ନିଜ ପରିଶ୍ରମକୁ ଗୁରୁତ୍ବ ଦିଅନ୍ତୁ। ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଦିନର ଆରମ୍ଭରୁ ଥକ୍କା ଅନୁଭବ କରିପାରନ୍ତି। ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ସମୟ।
ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ହଜାର ଥର ଚିନ୍ତା କରନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ପିଲାମାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। ବିଦ୍ୟାର୍ଥୀମାନେ ଖେଳକୁଦରେ ସମୟ ବିତାଇବେ।
କନ୍ୟା: ଦିନଟି ବ୍ୟସ୍ତରେ ବିତିବ। ଜମି କିଣାବିକା ପାଇଁ ଭଲ ସମୟ। ଆୟ ଅନୁସାରେ ବ୍ୟୟ କମ୍ ହେବ। ପ୍ରିୟଜନଙ୍କ ସହ ଦୂରଯାତ୍ରା କରିପାରନ୍ତି। ଆୟ ଓ ବ୍ୟୟ ସମାନ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।
ତୁଳା: ଅକସ୍ମାତ ଖୁସି ଖବର ପାଇପାରନ୍ତି। ଜୀବନସାଥିଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବେ। କର୍ମକ୍ଷେତ୍ରରେ ନୂତନ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଗୁରୁଜନଙ୍କ ପରାମର୍ଶରେ ବ୍ୟବସାୟ ଆରମ୍ଭ କରନ୍ତୁ।
ବିଛା: ପାରିବାରିକ ସମସ୍ୟା ଲାଗି ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଦିନଟି ଭଲ। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ।
ଧନୁ: ଅଧିକ ଚିନ୍ତା କରନ୍ତୁନି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ମହିଳାମାନେ ଧର୍ମପରାୟାଣା ହେବେ। ପଡ଼ୋଶୀଙ୍କ ମଧ୍ୟରେ ବାଦ ବିବାଦ ବଢ଼ିପାରେ।
ମକର: ପରିବାର ସହିତ କିଛି ସମୟ ବିତାନ୍ତୁ। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।
କୁମ୍ଭ: ଅତିଥିଙ୍କ ସ୍ବାସ୍ଥ୍ୟସମସ୍ୟାକୁ ନେଇ ଚିନ୍ତାପ୍ରକଟ କରିବେ। ପିଲାମାନଙ୍କ କାର୍ଯ୍ୟ କଳାପରେ ଦିନଟି ଭଲରେ ବିତିବ। ଜୀବନସାଥିଙ୍କ ପାଇଁ କୌଣସି କାର୍ଯ୍ୟ ଗଡ଼ବଡ଼ ହୋଇପାରେ। ଅଯଥା କଥାରେ ମୁଣ୍ଡ ପୁରାନ୍ତୁନି।
ମୀନ: ଅନ୍ୟମାନଙ୍କୁ ଭରସା କରନ୍ତୁନି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ଜୀବନ ମଧୁମୟ ହେବ । ପିଲାମାନେ ପଢ଼ାପଢ଼ିରେ ଅଧିକ ଧ୍ୟାନ ଦେବେ । ଦାନ ଧର୍ମରେ ସମୟ ବିତିବ।