Aries (ମେଷ) : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିପାରେ, କିନ୍ତୁ ଆପଣଙ୍କ କଠିନ ପରିଶ୍ରମ ସଫଳତା ଆଣିବ । ବ୍ୟବସାୟ ବିସ୍ତାର ପାଇଁ ନୂଆ ଯୋଜନା କରିପାରନ୍ତି, ହେଲେ ନୂତନ ପ୍ରକଳ୍ପ ଆରମ୍ଭ କରିବାରେ ତରବର ହୁଅନ୍ତୁ ନାହିଁ । ବୌଦ୍ଧିକ କାର୍ଯ୍ୟ, ଲେଖାଲେଖି ଓ ସୃଜନଶୀଳ କାମ ପାଇଁ ସମୟ ଅନୁକୂଳ ରହିବ । କାର୍ଯ୍ୟଭାର ଯୋଗୁଁ ଥକାପଣ ଅନୁଭବ କରିପାରନ୍ତି । ଘରେ କିମ୍ବା କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେଲେ ଧୈର୍ଯ୍ୟ ଧରନ୍ତୁ । ଅଯଥା ଯୁକ୍ତିତର୍କରୁ ଦୂରେଇ ରହିବା ସହ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
Taurus (ବୃଷ) : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ବୃତ୍ତିଗତ ଜୀବନରେ କିଛି ସମସ୍ୟା ଦେଖାଦେଇପାରେ, ହେଲେ ପରିଶ୍ରମ ଦ୍ୱାରା ସଫଳତା ମିଳିବା ସହ ଆର୍ଥିକ ଲାଭ ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ସ୍ଥିତି ଉପରେ ଚାପ ପଡ଼ିପାରେ । ତେଣୁ ଖର୍ଚ୍ଚ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ସହ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ କଥା ଯୋଗୁଁ କେହି ଆଘାତ ପାଇବେ ନାହିଁ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ପରିବାରରେ ଶାନ୍ତି ଓ ସୁଖଦ ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ଦୈନନ୍ଦିନ କାମରେ ଉନ୍ନତି ହେବ ।
Gemini (ମିଥୁନ): ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟ କ୍ଷେତ୍ରରେ ଭଲ ସୁଯୋଗ ମିଳିବା ସହ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ ଯୋଜନା ଅନୁସାରେ କାମ ଆଗକୁ ବଢ଼ିପାରେ । ପରିବାରରେ ସୁଖ ଓ ଶାନ୍ତିର ପରିବେଶ ରହିବ । ଦୈନନ୍ଦିନ କାମରୁ ସମୟ ବାହାର କରି ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବୁଲିବାକୁ ଯାଇପାରନ୍ତି । ପିକନିକ୍ କିମ୍ବା ମନୋରଞ୍ଜନର ସୁଯୋଗ ମିଳିପାରେ । ଧାର୍ମିକ ଓ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଦାନଧର୍ମ ଓ ଜନସେବାରେ ଅଂଶଗ୍ରହଣ କଲେ ସମାଜରେ ଆପଣଙ୍କ ସମ୍ମାନ ବଢ଼ିପାରେ । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ପ୍ରଫୁଲ୍ଲ ରହିବ ।
Cancer (କର୍କଟ) : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ ଲାଭ ମିଳିପାରେ । କର୍ମକ୍ଷେତ୍ରରେ କାମର ଚାପ ଅଧିକ ରହିଲେ ମଧ୍ୟ ପରିବାର ଓ ବନ୍ଧୁମାନଙ୍କ ସହଯୋଗରେ କାର୍ଯ୍ୟ ସମ୍ପନ୍ନ କରିପାରିବେ । ସାମାଜିକ କାର୍ଯ୍ୟରେ ଆପଣଙ୍କ ସକ୍ରିୟତା ବଢ଼ିବ । ଦାନଧର୍ମ ଓ ଜନସେବାରେ ସମୟ ଦେଇପାରନ୍ତି । ତେବେ ଅତ୍ୟଧିକ କାମ ଯୋଗୁଁ ଶାରୀରିକ ଓ ମାନସିକ ଥକାପଣ ଅନୁଭବ ହୋଇପାରେ । ତେଣୁ କାମ ମଧ୍ୟରେ ବିଶ୍ରାମ ନେବା ଜରୁରୀ । ପରିବାରରେ ଶାନ୍ତି ଓ ଖୁସି ରହିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଗାଡ଼ି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।
Leo (ସିଂହ): ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କର୍ମକ୍ଷେତ୍ରରେ ଅପ୍ରତ୍ୟାଶିତ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟରେ ଉନ୍ନତି ହେବା ସହ ଚାକିରିରେ ପଦୋନ୍ନତିର ସୁଯୋଗ ମିଳିପାରେ । କାର୍ଯ୍ୟରେ ସଫଳତା ଆପଣଙ୍କ ମନରେ ଉତ୍ସାହ ଭରିଦେବ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ, ଯାହା ଭବିଷ୍ୟତରେ ଲାଭଦାୟକ ହେବ । ପରିବାରରେ ସୁଖଦ ପରିବେଶ ରହିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଧିକ ମନୋନିବେଶ କରିବେ ଏବଂ ପରିଶ୍ରମର ଉଚିତ ଫଳ ପାଇପାରିବେ । ତେବେ କାର୍ଯ୍ୟର ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ନିୟମିତ ବିଶ୍ରାମ ନିଅନ୍ତୁ ।
Virgo (କନ୍ୟା) : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବୃତ୍ତିଗତ କାର୍ଯ୍ୟରେ କିଛି ବାଧା ଆସିପାରେ ଏବଂ କାମର ଚାପ ବଢ଼ିପାରେ । ତଥାପି ଧୈର୍ଯ୍ୟ ଓ ପରିଶ୍ରମ ଦ୍ୱାରା ଆପଣ ଅନେକ କାମ ସଫଳତାର ସହ ସମ୍ପନ୍ନ କରିପାରିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ମନକୁ ଶାନ୍ତ ରଖନ୍ତୁ । କ୍ରୋଧ ଯୋଗୁଁ ଅଯଥା ବିବାଦ ସୃଷ୍ଟି ହୋଇପାରେ, ତେଣୁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପରିବାରରେ ମତଭେଦ ଦେଖାଦେଲେ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ । ଜଳାଶୟ ଓ ପ୍ରବାହିତ ପାଣି ନିକଟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ ।
Libra (ତୁଳା) : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ମନରେ ନୂତନ ଉତ୍ସାହ ଓ ଶକ୍ତି ସଞ୍ଚାର ହେବ । ଆପଣଙ୍କ ଅଟକି ରହିଥିବା କାମ ଆଗକୁ ବଢ଼ିପାରେ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିବା ସହ ନୂତନ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ମିଳିପାରେ । ବନ୍ଧୁ ଓ ପ୍ରିୟଜନଙ୍କ ସହ ସମୟ ବିତାଇ ଆନନ୍ଦ ଅନୁଭବ କରିବେ । ବନ୍ଧୁମାନଙ୍କଠାରୁ ଆବଶ୍ୟକ ସହଯୋଗ ମିଳିପାରେ । ପରିବାରରେ ଭଲ ପରିବେଶ ରହିବ, କିନ୍ତୁ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ । ସାମାଜିକ କାର୍ଯ୍ୟରେ ଭାଗ ନେବାର ସୁଯୋଗ ମିଳିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ କାମ ଓ ବିଶ୍ରାମ ମଧ୍ୟରେ ସନ୍ତୁଳନ ରଖନ୍ତୁ ।
Scorpio (ବିଛା) : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ । ଅପ୍ରତ୍ୟାଶିତ ଭାବରେ ମଧ୍ୟ ଧନଲାଭର ସୁଯୋଗ ମିଳିପାରେ । ପରିବାରରେ ସୁଖ ଓ ଶାନ୍ତି ରହିବ । ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ । ବନ୍ଧୁ ଓ ପ୍ରିୟଜନଙ୍କ ସମର୍ଥନ ଆପଣଙ୍କ ମନୋବଳ ବଢ଼ାଇବ । ଆୟ ଭଲ ରହିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ଅର୍ଥ ବ୍ୟୟ କରିବାରେ ସତର୍କ ରୁହନ୍ତୁ । ଆପଣଙ୍କ ମଧୁର କଥାବାର୍ତ୍ତା ଅନ୍ୟମାନଙ୍କ ମନ ଜିଣିବ । କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କଲେ ଅବହେଳା କରନ୍ତୁ ନାହିଁ । ସୁସ୍ଥ ରହିବା ପାଇଁ ନିୟମିତ ଖାଦ୍ୟ ଓ ବିଶ୍ରାମ ଉପରେ ଧ୍ୟାନ ଦିଅନ୍ତୁ ।
Sagittarius (ଧନୁ) : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ରହିବା ସହ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିପାରେ । ଏହାଦ୍ୱାରା ଆର୍ଥିକ ଲାଭର ସୁଯୋଗ ବଢ଼ିବ । ଆପଣଙ୍କ ମଧୁର କଥାବାର୍ତ୍ତା ଓ ଯୋଗାଯୋଗ ଦକ୍ଷତା ନୂତନ ସମ୍ପର୍କ ଗଢ଼ିବାରେ ସହାୟକ ହେବ । ଏହି ସମ୍ପର୍କ ଭବିଷ୍ୟତରେ ଲାଭଦାୟକ ହୋଇପାରେ । ଆପଣଙ୍କ ଜ୍ଞାନ ଓ ବୌଦ୍ଧିକ କ୍ଷମତାର ବିକାଶ ହେବ । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବା ସହ ମନ ଖୁସି ରହିବ । ପରିବାରରେ ଆନନ୍ଦମୟ ପରିବେଶ ରହିବ । ଶୁଭ ଖବର ପାଇବା କିମ୍ବା ଯାତ୍ରା କରିବାର ସୁଯୋଗ ମିଳିପାରେ । ବନ୍ଧୁମାନଙ୍କଠାରୁ ସହଯୋଗ ମିଳିବା ସହ ଦିନଟି ଉତ୍ସାହପୂର୍ଣ୍ଣ ରହିବ ।
Capricorn (ମକର) : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ବ୍ୟବସାୟିକ କାର୍ଯ୍ୟରେ ଛୋଟମୋଟ ସମସ୍ୟା ଦେଖାଦେଇପାରେ, ତେଣୁ ପ୍ରତ୍ୟେକ କାମକୁ ଭାବିଚିନ୍ତି କରନ୍ତୁ । କିଛି କାର୍ଯ୍ୟରେ ସଫଳତା ମିଳିଲେ ମଧ୍ୟ ଧୈର୍ଯ୍ୟ ଓ ସତର୍କତା ଜରୁରୀ । ସ୍ୱାସ୍ଥ୍ୟରେ ଅବନତି କିମ୍ବା ମାନସିକ ଅସ୍ୱସ୍ତି ଅନୁଭବ ହୋଇପାରେ, ତେଣୁ ନିଜ ଯତ୍ନ ନିଅନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସହ କଥାବାର୍ତ୍ତାରେ ସଂଯମ ଅବଲମ୍ବନ କରନ୍ତୁ । ନଚେତ୍ ଅଯଥା ବିବାଦରେ ପଡ଼ିପାରନ୍ତି । ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ ଏବଂ ସଦସ୍ୟମାନଙ୍କଠାରୁ ସମର୍ଥନ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ଼ ରଖିବା ପାଇଁ ଅନାବଶ୍ୟକ ଖର୍ଚ୍ଚ କମାନ୍ତୁ ଓ ଭବିଷ୍ୟତ ପାଇଁ ଯୋଜନା କରନ୍ତୁ ।
Aquarius (କୁମ୍ଭ): ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ଲାଭର ସମ୍ଭାବନା ରହିଛି । ଚାକିରି କିମ୍ବା ବ୍ୟବସାୟରେ ଆୟ ବଢ଼ିପାରେ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ରହିପାରନ୍ତି ଏବଂ ସହକର୍ମୀଙ୍କଠାରୁ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ସୁଯୋଗ ମିଳିପାରେ । ସେମାନଙ୍କ ସହ ବାହାରକୁ ଯାଇ ମନୋରଞ୍ଜନ କରିପାରନ୍ତି । ବୈବାହିକ ଜୀବନରେ ଖୁସି ଓ ସୁଖଦ ପରିବେଶ ରହିବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଅଧିକ ମଧୁର ହେବ । ତେବେ କାମର ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ନିଜ ପାଇଁ ସମୟ ବାହାର କରି ବିଶ୍ରାମ ନିଅନ୍ତୁ ।
Pisces (ମୀନ) : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବା ସହ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ତେବେ କାର୍ଯ୍ୟଭାର ଅଧିକ ରହିବାରୁ ଦିନଟି ବ୍ୟସ୍ତତାରେ କଟିପାରେ । ଶାରୀରିକ ଓ ମାନସିକ ଥକାପଣ ଅନୁଭବ ହୋଇପାରେ, ତେଣୁ ଆବଶ୍ୟକ ବିଶ୍ରାମ ନିଅନ୍ତୁ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିଲେ ପଦୋନ୍ନତିର ସୁଯୋଗ ବଢ଼ିପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଯୋଜନାକୁ ଗୁରୁତ୍ୱ ଦିଅନ୍ତୁ । ପରିବାରରେ ଖୁସିର ପରିବେଶ ରହିବ ଏବଂ ବୈବାହିକ ଜୀବନରେ ମଧୁରତା ବଢ଼ିବ । ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡ଼ିପାରେ । ଯୋଜନାବଦ୍ଧ ଭାବରେ କାମ କଲେ ଦିନଟି ଭଲରେ କଟିବ ।

