Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଆଜିର ରାଶିଫଳ : ଆଜି ଏହି ସବୁ ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ

Sanchar Live by Sanchar Live
December 15, 2024
in ଜୀବନ ଶୈଳୀ
0
ଆଜିର ରାଶିଫଳ : ଆଜି ଏହି ସବୁ ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିବ
0
SHARES
23
VIEWS
FacebookTwitter

ମେଷ : ଆକସ୍ମିକ ଭାବରେ ପୁରାତନ ରୋଗୀମାନେ ପୀଡ଼ା ଅନୁଭବ କରିପାରନ୍ତି । ବନ୍ଧୁଙ୍କ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଶିଳ୍ପ, ବାଣିଜ୍ୟ ତଥା ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ।

ବୃଷ : ଆଜି ଆବଶ୍ୟକତା ପୂରଣ ପାଇଁ କରଜ କରିପାରନ୍ତି । କିନ୍ତୁ ବ୍ୟବସାୟିକ ସ୍ଥିତି ଭଲ ରହିବ । ସହକର୍ମୀ ବନେଇ ଚୁନେଇ କଥା କହି କାମ ହାସଲ କରିବେ । ସାଙ୍ଗମାନଙ୍କ ସହ ବାହାରକୁ ଯାଇପାରନ୍ତି ।

ମିଥୁନ : କୌଣସି କଥାକୁ କେନ୍ଦ୍ରକରି ପରିବାରରେ ସରସତା ରହିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସ୍ଥିତିର ପ୍ରତିକୂଳତା ଅନୁଭବ କରିପାରନ୍ତି । ଆବଶ୍ୟକତା ଅନୁଭବ କରି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇବେ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ବିବାଦର ଅବସାନ ଘଟିବ ।

କର୍କଟ : ବାଧାବିଘ୍ନ ଓ ପ୍ରତିବନ୍ଧକ ଆସିଲେ ମଧ୍ୟ ଆଜି ହିଁ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରି ନ ପାରି ବ୍ୟଥିତ ହୋଇପାରନ୍ତି । କଚେରି ମାମଲାରେ ବିଚାର ବିଳମ୍ବିତ ହେବାରୁ ମନରେ ବିଭିନ୍ନ ପ୍ରକାର ଆଶଙ୍କା ଜାଗ୍ରତ ହେବ । ଯୋଗାଯୋଗ, ସଭାସମିତି, ସାହିତ୍ୟ ଚର୍ଚ୍ଚାରୁ ଆନନ୍ଦ ପାଇବେ ।

ସିଂହ : ପାରିବାରିକ କ୍ଷେତ୍ର ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟ ସକାଶେ ସୁଫଳ ଦେଇନପାରେ । ସ୍ଥିର ମନ ନେଇ କାମକଲେ ସମସ୍ୟାର ସମାଧାନ ହେବ । ଈର୍ଷାପରାୟଣ ହୋଇ ବନ୍ଧୁ ଶତ୍ରୁତା କରିପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ଏବଂ ପ୍ରତିଯୋଗିତା, ଯାତ୍ରା ପ୍ରଭୃତିରେ ଲକ୍ଷ୍ୟ ହାସଲ କରିବେ ।

କନ୍ୟା : ଟଙ୍କା ପଇସା ଯୋଗାଡ କରିବା ପାଇଁ କାହାକୁ ଅନୁରୋଧ କରିପାରନ୍ତି । ଫାଇଲ୍‌ପତ୍ର କିମ୍ବା ଖୋଜୁଥିବା ଜିନିଷର ସନ୍ଧାନ ଡେରିରେ ମିଳିବ । ବନ୍ଧୁଙ୍କ କଥାକୁ ବିଶ୍ୱାସ କରି ନୂତନ କାର୍ଯ୍ୟରେ ହାତ ଦେବେ । ବାଣିଜ୍ୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ । ସମସ୍ୟା ସୁଧାରିବା ଲାଗି କିଛି କରିବାକୁ ପଡ଼ିପାରେ ।

ତୁଳା : ଅପୂରଣୀୟ ଅଭିଳାଷ ମନକୁ ବାରମ୍ବାର ଆଲୋଡିତ କରିବ । ଅଧିକାଂଶ କାମରେ ପାରିବାରିକ ପ୍ରତିରୋଧ ମଧ୍ୟ କାମକୁ ବିଶୃଙ୍ଖଳିତ କରିପାରେ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧାର ସମ୍ମୁଖୀନ ହେବେ । ଘରମାଲିକ ସହ ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି ।

ବିଛା : ଆର୍ଥିକସ୍ଥିତି ବଦଳିଯିବା ଆଶା କରାଯାଇପାରେ । ଚାକିରି ସମସ୍ୟା ନେଇ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବ କିନ୍ତୁ ପାରିବାରିକ କ୍ଷେତ୍ରରେ ଭଲକାମ କଲେ ସୁଦ୍ଧା ଆଦର ପାଇପାରିବେ ନାହିଁ ।

ଧନୁ : ଆଜିର କାମ ସୁବିଧାରେ ସମ୍ପନ୍ନ ହେବ । ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ସହିତ କଳା, ସାହିତ୍ୟରେ ଉନ୍ନତି ଓ ପ୍ରଶଂସିତ ହେବେ । ଟିକିଏ ଟିକିଏ କଥାରେ ରାଗିଯାଇ ଯାହା ପଡିଲା ତାହା କହିବା ଦ୍ୱାରା ସମସ୍ୟା ଆସିପାରେ । ଆନୁଷ୍ଠାନିକ କିମ୍ବା ଧର୍ମ ସମ୍ବନ୍ଧୀୟ କାମରେ ମୁଖ୍ୟଭୂମିକା ଗ୍ରହଣ କରିପାରନ୍ତି ।

ମକର : ମାନସିକ ସୁସ୍ଥତା, ଶରୀର ଆରୋଗ୍ୟ, କର୍ମାରମ୍ଭ ଓ ପାରିବାରିକ ସୁଖସୌହାର୍ଦ୍ଦ୍ୟ ମଧ୍ୟରେ ସମୟ ଅତିବାହିତ ହେବ । ଆର୍ଥିକ ଉନ୍ନତି ସାଙ୍ଗକୁ ବ୍ୟବସାୟରେ ପୁଞ୍ଜିଲଗାଣ ମନ୍ଦ ହେବନାହିଁ । ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବେ । କଳା, ସାହିତ୍ୟ, ସଙ୍ଗୀତ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ହେବ ।

କୁମ୍ଭ : ଆର୍ଥିକ ଉନ୍ନତି ସାଙ୍ଗକୁ ପାରିବାରିକ ସଦ୍‌ଭାବରୁ ଖୁସି ରହିବେ । ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ । ଆନୁଷ୍ଠାନିକ କାମରେ ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇପାରନ୍ତି । ଆଜି ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ ।

ମୀନ : ନିଜ ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ କାମ ଅଟକିବ ନାହିଁ । ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବ । ଦୀର୍ଘ ଦିନ ହେଲା ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବାର ଆଶା ରହିଛି । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିବ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜି କେଉଁ ସହରରେ କେତେ ଟଙ୍କା ରହିଛି ପେଟ୍ରୋଲ ଦାମ

ଜାଣନ୍ତୁ ଆଜି କେଉଁ ସହରରେ କେତେ ଟଙ୍କା ରହିଛି ପେଟ୍ରୋଲ ଡିଜେଲ ରେଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.