ମେଷ: ମନୋରଞ୍ଜନରେ ସମୟ ଅତିବାହିତ ହେବ। ସମ୍ପର୍କୀୟଙ୍କ ସହଯୋଗରୁ ଚାକିରି ମିଳିବ। ବ୍ୟବସାୟ ଆଗକୁ ବଢ଼ାଇବେ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଧନପ୍ରାପ୍ତି ଯୋଗ ଅଛି। ସମୟର ସଦୁପଯୋଗ କରିବେ।
ବୃଷ: କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଲାଭ ମିଳିପାରେ। ନିବେଶରୁ ଲାଭ ମିଳିବ। ଭାଇ, ଭଉଣୀ ଆର୍ଥକ ସହଯୋଗ ଆଶା କରିବେ। ଆଶାରୁ ଅଧିକ ସଫଳତା ଲାଭ କରିବେ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରିବେ।
ମିଥୁନ: ଅଟକି ରହିଥିବା କାର୍ଯ୍ୟ ପୁଣି ଥରେ ଆରମ୍ଭ କରିବେ। ପ୍ରେମିକ-ପ୍ରେମିକାଙ୍କୁ ଦିନଟି ଶୁଭଫଳ ପ୍ରଦାନ କରିବ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା ଯୋଗ ଅଛି। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।
କର୍କଟ: ତରବରିଆ ଭାବେ ନିବେଶ କରନ୍ତୁ ନାହିଁ। ଜୀବନସାଥୀଙ୍କଠାରୁ ଭଲ ଖବର ପାଇବେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ନିଜ ଲୋକ ଶତ୍ରୁ ସାଜିପାରନ୍ତି।
ସିଂହ: ଚିନ୍ତା ଦୂର ହେବ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆସିବ। ପିଲାଙ୍କ ପଢ଼ା ପାଇଁ ବ୍ୟସ୍ତ ବିବ୍ରତ ହେବେ ନାହିଁ। ସମାଜସେବାରେ ସମୟ ଦେବେ। ଅଚାନକ ଖୁସି ଖବର ପାଇପାରନ୍ତି।
କନ୍ୟା: ବନ୍ଧୁଙ୍କ ଦ୍ବାରା ଆୟର ମାର୍ଗ ଉନ୍ମୁକ୍ତ ହେବ। ନିଜ ପାଇଁ ସମୟ ବାହାର କରିବେ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ପରିବାର ସଦସ୍ୟଙ୍କ ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ତୁଳା: ପଡୋଶୀଙ୍କ ବିବାଦରୁ ଦୂରେଇ ରୁହନ୍ତୁ। ଭାଇ,ଭଉଣୀଙ୍କ ସହଯୋଗ ମିଳିବ। ନିବେଶରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ବିଛା: ପୈତୃକ ବ୍ୟବସାୟରେ ପରିବର୍ତ୍ତନ ଆଣିବେ। ବିବାହକୁ ନେଇ ଶୁଭ ଖବର ମିଳିବ। ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବେ। ଜୀବନସାଥୀଙ୍କ ମନଦୁଃଖ ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢ଼ିବ।
ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉତ୍ପନ୍ନ ହେବ।
ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ସ୍ବଭାବରେ ପରିବର୍ତ୍ତନ ଆସିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ ବୁଝାମଣା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ।
କୁମ୍ଭ: କର୍ମ ଚଞ୍ଚଳ ହେବେ। ଯାନବାହନ କିଣିବା ଯୋଗ ଅଛି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଠକାମିର ଶିକାର ହେବେ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ମୀନ: ରାଜନୀତିରେ ଯୋଗ ଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ନୂଆ ଚାକିରି ମିଳିବ। ମନୋରଞ୍ଜନରେ ଆବଶ୍ୟକତାଠୁ ଅଧିକ ଖର୍ଚ୍ଚ କରିବେ।