ମେଷ: ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିପାରନ୍ତି। ପିଲାମାନଙ୍କ ପାଇଁ ମା’ ମାନେ ଚିନ୍ତିତ ରହିବେ।
ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ । ଆୟ ବୃଦ୍ଧି ହେତୁ ଉତ୍ସାହିତ ହେବେ। ପରିବାରର ସହାୟତା ପାଇବେ । ପରିଶ୍ରମ ଅନୁସାରେ ଫଳ ମିଳିବ।
ମିଥୁନ: ଆଶା କରିଥିବା ଦିଗରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ଜମିବିବାଦ ଉପୁଜିପାରେ।
କର୍କଟ: ନିଜ ଲୋକ ଶତ୍ରୁ ସାଜିବେ। ଲଗାତାର ଚେଷ୍ଟା କରି ସଫଳତା ପାଇବେ। କାର୍ଯ୍ୟଭାର ବୃଦ୍ଧି ପାଇବ। ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ। ପଡୋଶୀଙ୍କ ସହ ଝାମେଲା ହୋଇପାରେ।
ସିଂହ: ବ୍ୟବସାୟରେ ସଫଳତା ପାଇବେ। ଦୂରଯାତ୍ରା ସୁଯୋଗ ପାଇପାରନ୍ତି। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ। ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବହୁତ ଭଲ।
ତୁଳା: ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ଆଶା କରିଥିବା ଦିଗରୁ ନିରାଶ ରହିପାରନ୍ତି। ଭାଇଭଉଣୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।
ବିଛା: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବ। ଉତ୍ସାହିତ ଅନୁଭବ କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ପରୋପକାରରେ ଦିନ ବିତିବ।
ଧନୁ: ପାରିବାରିକ ସମ୍ପର୍କ ମଜଭୁତ ହେବ। ନୂତନ ବ୍ୟବସାୟ ପାଇଁ ସୁଯୋଗ ପାଇପାରନ୍ତି। ଜୀବନସାଥୀଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମକର: ପରିବାର ସହିତ ସମୟ ଅତିବାହିତ କରିବେ। ଖର୍ଚ୍ଚବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିବେ। ବ୍ୟବସାୟରେ କ୍ଷତି ସହିବାକୁ ବଡ଼ିବ। ମହିଳାମାନେ ସ୍ବାଭିମାନୀ ହୋଇ କାର୍ଯ୍ୟ କରିବେ।
କୁମ୍ଭ: ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମସ୍ଥଳୀରେ ସହକର୍ମୀଙ୍କ ସହଯୋଗ ମିଳିବନି। ସୁଯୋଗର ସଠିକ୍ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ। ଅଯଥା କଥା କହି ସମାଲୋଚିତ ହୋଇପାରନ୍ତି।
ମୀନ: କାର୍ଯ୍ୟ କରିବାର ତରିକାରେ ପରିବର୍ତ୍ତନ ହେବ। ଅନ୍ୟକୁ ଧାର ଦେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ। ବିବାଦରେ ଛନ୍ଦି ହୋଇପାରନ୍ତି।