ମେଷ: ବ୍ୟବସାୟରୁ ସଫଳତା ମିଳିବ। ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ସନ୍ତାନଙ୍କ ପ୍ରଗତିରେ ଅଭିଭାବକ ଖୁସି ହେବେ। ଅନ୍ୟଙ୍କୁ ଉଧାର ଦେଇ ନିଜେ ହଇରାଣରେ ପଡ଼ିପାରନ୍ତି।
ବୃଷ: ଆଜି ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପ୍ରେମ ବ୍ୟାପାରରେ ଅସଫଳ ହୋଇପାରନ୍ତି। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।
ମିଥୁନ: କୌଣସି କ୍ଷେତ୍ରରୁ ଆଘାତ ପାଇପାରନ୍ତି।ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଆୟ ଓ ବ୍ୟୟ ସମାନ ରହିବ।
ସିଂହ: ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସମାପନ ହେବ। ପ୍ରେମିକ ପ୍ରେମିକାଙ୍କ ମିଳନ ଯୋଗ ରହିଛି। ବ୍ୟବସାୟ ଦୃଷ୍ଟିରୁ ଦିନଟି ବହୁତ ଭଲ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସାମିଲ ରହିବେ।
କର୍କଟ: ଜୀବନସାଥୀଙ୍କ ସାନ୍ନିଧ୍ୟ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରବର୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ। ପ୍ରଭୁ ମହାଦେବଙ୍କ ଆରାଧନା କରନ୍ତୁ।
କନ୍ୟା: ଭାବନା ଅନୁସାରେ ନିଷ୍ପତ୍ତି ନେବା ଠିକ୍ ନୁହେଁ। ଅଧିକ କ୍ଷତି ସହିପାରନ୍ତି। ପ୍ରେମ ବ୍ୟାପାରରେ ସମସ୍ୟା ଦେଖାଦେବ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।
ତୁଳା: ଭୂମି, ଯାନବାହନ କିଣିବାର ଅଧିକ ସମ୍ଭାବନା ରହିଛି। ଅଭିଭାବକମାନେ ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି। ବନ୍ଧୁଯୋଗ ରହିଛି।
ବିଛା: ବ୍ୟାପାରିକ ଦିଗରୁ ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ। ସନ୍ତାନଙ୍କ କାର୍ଯ୍ୟ ଖୁସି ଦେବ। ଅଚାନକ ଖୁସି ଖବର ପାଇପାରନ୍ତି। ଉଧାର ଦେଇପାରନ୍ତି। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ।
ଧନୁ: ସୃଜନାଶୀଳତା ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ବହୁତ ଭଲ ରହିବ। ପ୍ରେମ ବ୍ୟାପାରରେ ସଫଳ ହେବେ। ଆଜି ଭାଗ୍ୟ ଆପଣଙ୍କ ସାଥ୍ ଦେବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇପାରନ୍ତି।
ମକର: ଆପଣଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବ। ସରକାରୀ ଚାକିରିଆଙ୍କ ପାଇଁ ଆଜି ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ପିଲାମାନେ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବେ ।
କୁମ୍ଭ: ଅଚାନକ ଆପଣଙ୍କ ମନ ଭିତରେ ପରିବର୍ତ୍ତନ ଆସିବ। ଆର୍ଥିକ ସମସ୍ୟା ରହିବନି। ଅନ୍ୟକୁ ଉଧାର ଦେଇ ଠକିଯାଇପାରନ୍ତି। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।
ମୀନ: ଜମି କିଣାବିକା ଯୋଗ ରହିଛି। ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିବେ। ଅଧÒକ ଲାଭ ପାଇବା ଆଶାରେ ଭୁଲ୍ କରନ୍ତୁନି। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।