ଓଡ଼ିଶା ହକି ସଂଘକୁ ବଡ଼ ଝଟକା । ଜିଲ୍ଲା ହକି ସଂଘରେ ନିର୍ବାଚନ ହୋଇନଥିବାରୁ ଅଡୁଆରେ ଓଡ଼ିଶା ହକି ସଂଘ । ସ୍ଥାୟୀ ସଦସ୍ୟତା ହଟାଇବା ପାଇଁ ହକି ଇଣ୍ଡିଆର ନୋଟିସ ପରେ ସରଗରମ ରାଜନୀତି । ସ୍ଥାୟୀ ସଦସ୍ୟତା କାହିଁକି ସହଯୋଗୀ ସଦସ୍ୟତାରେ ପରିବର୍ତ୍ତନ କରାନଯିବ ତାହା ଉତ୍ତର ରଖିବା ହକି ଇଣ୍ଡିଆ କାରଣ ଦର୍ଶାଅ ନୋଟିସରେ କହିଛି ।
ଏହା ବିଜେପି ସରକାରଙ୍କ ଅପାରଗତାକୁ ଦର୍ଶାଉଛି ବୋଲି ବିଜେଡି କହିଛି। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ହକି ବିଶ୍ବକପ୍ ଓଡିଶାରେ ଦୁଇଥର ଆୟୋଜନ ହୋଇଛି । ଓଡିଶା ହକି ସଂଘ କାରଣ ଦର୍ଶାଅ ନୋଟିସ ଜାରି ନେଇ ରାଜ୍ୟ ସରକାରଙ୍କୁ ସିଧା ନିଶାନ କରିଛି ବିଜେଡି । ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସର ଜବାବ ହକି ଓଡ଼ିଶା ରଖିବ ବୋଲି ବିଜେପି କହିଛି ।
