ସଂଚାର ବ୍ୟୁରୋ: ଉତ୍ତରାଖଣ୍ଡ ବଦ୍ରିନାଥରେ ହିମସ୍ଖଳନ ଘଟଣାରେ ରେସ୍କ୍ୟୁ ଅପରେସନ ଜାରି। ୪୭ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୮ ଜଣଙ୍କୁ ଉଦ୍ଧାର ଲାଗି ଚାଲିଛି ଅଭିଯାନ। ଅପରେସନରେ ସାମିଲ ଅଛନ୍ତି ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଓ ବିଆରଓ। ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ହେଲିକପ୍ଟରରେ ନିଆଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ତୁଷାରପାତ ହେବା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଉତ୍ତରାଖଣ୍ଡ ମାନାରେ ସେନାବାହିନୀ ଚଳପ୍ରଚଳ ଲାଗି ବରଫ ଆସ୍ତରଣ ସଫା କରୁଥିବାବେଳେ ଅଘଟଣ ଘଟିଥିଲା। ମାନା ଗ୍ରାମ ଓ ମାନା ପାସ୍ ମଧ୍ଯରେ ରହିଥିବା ବିଆରଓ ନିକଟରେ ଘଟିଥିଲା ଅଘଟଣ। ପାଗ ଖରାପ ହେବାରୁ ଗତକାଲି ରାତିରେ ଉଦ୍ଧାରକାର୍ଯ୍ୟ ବନ୍ଦ କରାଯାଇଥିଲା। ହିମସ୍ଖଳନ ଯୋଗୁ ଗୌଚର, ସହସ୍ରଧାରା, ଡେରାଡୁନରେ ରେସ୍କ୍ଯୁ ଟିମଙ୍କୁ ପ୍ରସ୍ତୁତ ରଖାଯାଇଛି।ସେପଟେ ଜାମମୁ କାଶ୍ମୀରେ ବରଫ ଝଟକୁ ଭାଙ୍ଗିଛି ଘର। ପ୍ରବଳ ବରଫ ଝଡ଼ ଲାଗି ରହିଥିବାବେଳେ ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ତେଣେ ଋଷିକେଶରେ ଭୂସ୍ଖଳନ ହେବା ଯୋଗୁ ବାଟରେ ଅଟକି ରହିଛନ୍ତି ଯାନବାହ