ସଂଚାର ବ୍ୟୁରୋ: କଂଗ୍ରେସ କର୍ମୀ ହିମାନୀ ନରୱଲ ହତ୍ଯା ଘଟଣା। ପୋଲିସ ହାତରେ ଧରାପଡିଲା ଜଣେ ଅଭିଯୁକ୍ତ।ହତ୍ଯାକାଣ୍ଡ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଯାଞ୍ଚ ଲାଗି ଏସଆଇଟି ଗଠନ କରିଛି ହରିୟାଣା ପୋଲିସ। ୪ ପୋଲିସ ଅଧିକାରୀଙ୍କୁ ନେଇ ଏଆଇଟି ଗଠନ ହୋଇଛି।ଗତ ଶନିବାର ରାସ୍ତାକଡ଼ରୁ ଏକ ସୁଟକେଶରୁ ମିଳିଥିଲା ହିମାନୀ ନରୱଲଙ୍କ ମୃତଦେହ। ଫୋନରେ ଧମକ ମିଳୁଥିବା କହିଲେ ହିମାନୀଙ୍କ ମାଆ।… ହରିୟାଣା ରୋହତକରେ କରାଯାଇଥିଲା ବୀଭତ୍ସ ହତ୍ଯା। ଭାରତ ଯୋଡ ଯାତ୍ରା ସମୟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାଥୀରେ ଥିଲେ। ରୋହତକର ସାମ୍ପଲା ବସଷ୍ଟାଣ୍ଡ ନିକଟରେ ଏକ ନୀଳ ରଙ୍ଗର ସୁଟକେଶରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ହାତରେ ମେହେନ୍ଦୀ ଲାଗିଥିବାବେଳେ ବେକରେ ଏକ ଲୁଗା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ଭାରତ ଯୋଡ ଯାତ୍ରା ସମୟରେ ହିମାନି ବେଶ୍ ସକ୍ରିୟ ଥିଲେ ଏବଂ ରାହୁଲଙ୍କ ସହ ସାଥ୍ ଦେଇଥିଲେ।ସେହିପରି ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡା ଓ ଦୀପେନ୍ଦର ହୁଡାଙ୍କ ସହ ବି ବେଶ୍ ସକ୍ରିୟ ଥିଲେ। ଏହି ହତ୍ଯା ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଭୂପିନ୍ଦର।