ବସ୍ ଉପରେ ଖସି ପଡ଼ିଲା ବଡ଼ ପଥର । ମାଟି ଅତଡ଼ା ଭିତରେ ଚାପି ହୋଇଗଲା ବସ୍ । ଦେଖୁ ଦେଖୁ ଚାଲିଗଲା ୧୫ ଯାତ୍ରୀଙ୍କ ଜୀବନ । ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମଙ୍ଗଳବାର ରାତିରେ ଏକ ବଡ଼ ବସ୍ ଦୁର୍ଘଟଣା ଘଟିଛି ।
ବାଲୁଘାଟ ଅଞ୍ଚଳର ଝାନ୍ଦୁଟାରେ ଭୂସ୍ଖଳନ ଯୋଗୁଁ ଏକ ଘରୋଇ ବସ୍ ଉପରକୁ ପଥର ଖଣ୍ଡ ଖସି ପଡ଼ିଥିଲା । ମାଟି ଅତଡ଼ାରେ ବସ୍ଟି ପୋତି ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ୧୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି । ବସ୍ରେ ପ୍ରାୟ ୨୮ରୁ ୩୦ ଜଣ ଯାତ୍ରୀ ଥିଲେ ।
ମଙ୍ଗଳବାର ଅକ୍ଟୋବର ୭ ତାରିଖରେ ବିଳାସପୁରରେ ୧୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୂସ୍ଖଳନ ପରେ ପୋତି ହୋଇ ଯାଇଥିବା ବସ୍ରୁ ୩ ଜଣଙ୍କୁ ଉଦ୍ଧାର କରାଯାଇ ବର୍ଥିନ୍ ସ୍ଥିତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଭୂସ୍ଖଳନ ହୋଇଥିଲା ।
