ସଂଚାର ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ତାଣ୍ଡବ। ହିମାଚଳ ପ୍ରଦେଶ ବାଦଲ ଫଟା ବର୍ଷା ଘଟଣାରେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି ୫୬ ଜଣ। ସେପଟେ ମୃତ୍ୟ ସଂଖ୍ୟା ପହଞ୍ଚିଛି ୧୯ରେ। ବର୍ତ୍ତମାନ ସୁଦ୍ଧା ୩୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। କେବଳ ମଣ୍ଡିରେ ନିଖୋଜଙ୍କ ସଂଖ୍ଯା ହୋଇଛି ୫୬। ଉଦ୍ଧାର କାର୍ଯ୍ଯରେ ବିଭିନ୍ନ ବାହିନୀକୁ ନିୟୋଜିତ ରଖାଯାଇଛି। ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଛି ବାୟୁସେନା। ବିପନ୍ନଙ୍କ ଲାଗି ଆକାଶମାର୍ଗରୁ ସର୍ଭେ ଜାରି ରହିଛି। ହିମାଚଳ ପ୍ରଦେଶର ସେରାଜ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷତି ହୋଇଥିବା ସୂଚନା ମିଳିଛି।
ସେପଟେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ବି ବାଦଲଫଟା ବର୍ଷା ରଚିଛି ତାଣ୍ଡବ। ବିଭିନ୍ନ ସ୍ଥାନରେ ଫସିଛନ୍ତି ଶତାଧିକ ଶ୍ରଦ୍ଧାଳୁ। ସୋନପ୍ରୟା ଲ୍ୟାଣ୍ଡସ୍ଲାଇଡ ଜୋନରେ ଫସିଥିବା ୪୦ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଛି ଏସଡିଆରଏଫ। କେଦାରନାଥ ଧାମକୁ ଭକ୍ତମାନେ ଯିବା ବେଳେ ଭୂସ୍ଖଳନ ଘଟିଥିଲା। ତେଣେ ଗୁଜରାଟର ବିଭିନ୍ନ ଅଞ୍ଚଳରେ ବର୍ଷା ରଚିଛି ତାଣ୍ଡବ। ବନଶକଣ୍ଠା ଅଞଢ୍ଚଳରେ ୮ ଇଞ୍ଚର ବର୍ଷା ଯୋଗୁ ସ୍ଥିତି ସଂଗୀନ ହୋଇଛି। ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଥିବାବେଳେ ଜୀବନଯାତ୍ରା ବ୍ୟାହତ ହୋଇଛି।..
