ପୁରୀ ଶ୍ରୀମନ୍ଦିର ଭିତରୁ ହିଡେନ୍ କ୍ୟାମେରା ଜବତ । ଶ୍ରୀମନ୍ଦିର ଭିତରେ ଚିତ୍ର ଉତ୍ତୋଳନ ବେଳେ ଧରା ପଡିଲେ ଜଣେ ଅଣ ଓଡ଼ିଆ ଭକ୍ତ । ଚିତ୍ର ଉତ୍ତୋଳନ କରିବା ସମୟରେ ଧରିଥିଲେ ଜେଟିପି । ମହାପ୍ରଭୁଙ୍କୁ ଦର୍ଶନ ସମୟରେ ନେଉଥିଲେ ଚିତ୍ର । ଶ୍ରଦ୍ଧାଳୁ ଜଣଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନାମୁତାବକ ଶ୍ରୀମନ୍ଦିର ଭିତରୁ ଜବତ ହୋଇଛି ହିଡେନ୍ କ୍ୟାମେରା । ଶ୍ରୀମନ୍ଦିର ଜଗମୋହନ ନିକଟରୁ ଜବତ ହେଲା ହିଡେନ୍ କ୍ୟାମେରା । ଚଷମା ଯୁକ୍ତ ହିଡେନ୍ କ୍ୟାମେରା ପିନ୍ଧି ଯାଇଥିଲେ ଜଣେ ଭକ୍ତ । ଭକ୍ତ ଜଣକ ହେଉଛନ୍ତି ଭରତ ପାଣ୍ଡିଆ।
ଜଗମୋହନରେ ସେବାୟତଙ୍କ ହାତରେ ଧରାପଡିଲେ ଭରତ ପାଣ୍ଡିଆ । ପ୍ରୋଟକଲରେ ମନ୍ଦିର ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ଅବକାଶ ନୀତି ପରେ ଜଗମୋହନରେ ଦର୍ଶନ ଚାଲିଥିବା ସମୟରେ ସେବାୟତ ମାନେ ଧରିଛନ୍ତି । ଜେଟିପି ମାନେ ଅଟକ ରଖି ଶ୍ରୀମନ୍ଦିର ଗାରଦରେ ପଚରା ଉଚରା କରିଥିଲେ । ପରେ ତାଙ୍କୁ ସିଂହଦ୍ଵାର ଥାନାକୁ ନିଆଯାଇଛି ।
