ପ୍ରାୟ ସମସ୍ତେ ଶୀତଦିନେ ଚା କିମ୍ବା କଫି ପିଇବାକୁ ଖୁବ୍ ପସନ୍ଦ କରନ୍ତି । ଅନେକ ଲୋକ ସକାଳୁ ଚାଆ ନ ପିଇଲେ ସେମାନଙ୍କ ଦିନ ଭଲରେ ଆରମ୍ଭ ହୁଏ ନାହିଁ । ଭାରତରେ ପ୍ରିୟ ପାନୀୟ ତାଲିକାରେ ଚା’ ବର୍ତ୍ତମାନ ସର୍ବାଗ୍ରେ । ବର୍ତ୍ତମାନ ଶୀତର ପ୍ରକୋପରେ ଘୋଡ଼ାଇ ହୋଇଛି ସାରା ଓଡ଼ିଶା । ଶୀତ ଋତୁରେ ଘରେ ବସି ଏକ କପ୍ ଗରମ ଚା ପିଇବା ସହ ପରିବାର ସହିତ ସମୟ ବିତାଇବାର ମଜା ହିଁ କିଛି ଅଲଗା ।
ହେଲେ ଯେଉଁ ଚା’କୁ ଆପଣ ଜୀବନ ବୋଲି କହୁଛନ୍ତି ସେହି ଚା’ ଆପଣଙ୍କ ଜୀବନକୁ କ୍ଷଣ କରେ ନେଇଯିବ । ଏସବୁ ପଢ଼ି ଅଜବ ଲାଗୁଥିବ ନିଶ୍ଚୟ ହେଲେ ଏହା ହିଁ ସତ । ଚା’ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରେ ।
ଅନେକ ଲୋକ କୁହନ୍ତି ଚା’ ପିଇବା ପରେ ଶରୀରରେ ବଳ ଆସିଯାଏ । ହେଲେ ଏହି ଫୁର୍ତ୍ତି କେମିତି ଆସେ ସେ ବିଷୟରେ ଜାଣିଲେ ଆପଣ ନିଜ ଅଭ୍ୟାସ ଟିକେ ବଦଳାଇବେ ନିଶ୍ଚିତ । ପାଣି ଆଉ କ୍ଷୀର ପରେ ଚା’ ହେଉଛି ସବୁଠୁ ଅଧିକ ପିଆଯାଉଥିବା ପାନୀୟ । ଅନେକ ବର୍ଷ ପୂର୍ବରୁ କେବଳ ଶୀତ ଦିନରେ ଲୋକେ ଚା’ ପିଉଥିଲେ ହେଲେ ଏବେ ସବୁ ଋତୁରେ ଚା’ ହେଉଛି ଆମ ଭାରତୀୟଙ୍କ ପ୍ରଥମ ପସନ୍ଦ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ୧୫ ଶହରୁ ଅଧିକ ପ୍ରକାରର ଚା’ ଲୋକ ଟେଷ୍ଟ କରି ସାରିଲେଣି । ଯେଉଁଥିରୁ ବ୍ଲାକ ଟି, ରେଡ୍ ଟି, ୟେଲୋ ଟି ଆଉ ଗ୍ରୀନ ଟିର ବେଶି ଚାହିଦା ରହିଛି ।
ଏକ ରିସର୍ଚ୍ଚ ମୁତାବକ, ପ୍ରତିଦିନ ୧୦ ଲକ୍ଷ ଲୋକ ବିନା ଚିନିରେ ଚାହା ପିଉଛନ୍ତି । ବାକି ୩୦ ଲକ୍ଷ ଲୋକ ବିନା କ୍ଷୀରରେ ପ୍ରତି ସକାଳୁ ଚାହା ପିଇଥାନ୍ତି । ଆପଣମାନେ ଜାଣିଛନ୍ତି କି? ଚାହାରେ ଏକ ପ୍ରକାରର ଅଫିମ ଥାଏ । ଏଥିରେ ଥିବା ଏମିନୋ ଏସିଡ ମସ୍ତିଷ୍କକୁ ଫୁର୍ତ୍ତିଲା ବନାଏ । ଏଥିରେ ଥିବା ମଲ୍ଟି ଅକ୍ସିଡେଣ୍ଟ୍ ଶରୀରର ଇମ୍ୟୁନି ସିଷ୍ଟମକୁ ମଜବୁତ୍ କରେ, ଯାହା ଫଳରେ ଶରୀରରୁ ଅନେକ ପ୍ରକାରର ରୋଗ ଦୂର ହୁଏ । ଦିନ ସାରାର କାମ କରିବା ପରେ ଆପଣଙ୍କୁ ଥକ୍କାପଣ ଆସି ନଥାଏ । ଏହା ଶରୀର ପାଇଁ ଯେତିକି ଭଲ ସେତିକି ଖରାପ୍ ମଧ୍ୟ ସାବ୍ୟସ୍ତ ହୋଇଥାଏ ।
ଆଜିଠୁ ୨୦୦ ବର୍ଷ ପୂର୍ବେ ମଣିଷ ଚାହା ପିଉ ନଥିଲେ । ଏବେ କିନ୍ତୁ କାହା ଘରକୁ ଯାଆନ୍ତୁ ଆଗ ଚାହା ପାଇଁ ପଚରା ଯାଏ । ତେବେ ସକାଳୁ ଖାଲି ପେଟରେ ଚାହା ପିଉଥିଲେ ସାବଧାନ । ଏମିତି ରେ ପେଟରେ ଏସିଡିଟି ବଢିଯାଏ । ପାଚନ ପ୍ରକ୍ରିୟା ପାଇଁ ବାହାରୁ ଥିବା ଗ୍ୟାସ୍ ଏବଂ ଏସିଡକୁ ଧିମା କରିଦିଏ ଚାହା । ଯାହା ଫଳରେ ପାଚନ ତନ୍ତ୍ର କାମ କରିନଥାଏ ଏବଂ ଆପଣଙ୍କ ଶରୀରରେ କଫ ଜମା ହୋଇ ହୋଯାଇଥାଏ ।
ଆଉ ଏକ ସମସ୍ୟା ହେଉଛି ଯେ, ଚାହା ନିଦ କମ୍ କରିଦିଏ । ଯଦି ଆପଣ ଦିନକୁ ଦୁଇ କପ୍ ରୁ ଅଧିକ ଚାହା ପିଉଛନ୍ତି, ତେବେ ଏହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇବ । ନିଦ ପୂରା ନହେଲେ ମସ୍ତିଷ୍କ ଜନିତ ସମସ୍ୟା ଦେଖାଯାଏ । ଆଞ୍ଜାଇଟି, ଡିପ୍ରେସନ ବଢେ । ତେଣୁ ଏବେ ଅଧିକ ଚା ପିଉଥିଲେ ତୁରନ୍ତ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ।
ଖାଇବା ପରେ ଯଦି ଚାହା ପିଉଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ଶରୀରରେ ରକ୍ତ ଶୁଖିବା ପ୍ରକ୍ରିୟା ଷ୍ଟାର୍ଟ ହୋଇଯିବ । ଏହି କାରଣରୁ ଶରୀରରେ ଆଇରନ୍ କମିଯାଏ ।
ଚା ରେ କାଫିନ୍ ମାତ୍ରା ବହୁତ୍ ଥାଏ । ଏହା ବ୍ଲଡ ପ୍ରେସର ବଢ଼ାଇ ଦିଏ । ବାହାରେ ଚା’ ପିଉଥିଲେ ଜାଣିଥିବେ ଦୋକାନୀ ପୁରୁଣା ଚା ପତି ବାରମ୍ବାର ବ୍ୟବହାର କରନ୍ତି । ଏମିତି କରିବା ଦ୍ଵାରା ଚା ବିଷରେ ପରିଣତ ହୋଇଯାଏ । ଆଉ ଏହି ବିଷ ହୃଦ୍ ରୋଗୀଙ୍କପାଇଁ କ୍ଷତିକାରକ ହୋଇଥାଏ ।

