ସଂଚାର ବ୍ୟୁରୋ: ହଠାତ ବଲାଙ୍ଗୀର ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା,ବିଦ୍ୟା ବାଚସ୍ପତିଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲ ଅଧିକାରୀଙ୍କ ପାଖରୁ ତାଙ୍କର ଚିକିତ୍ସା ସଂପର୍କରେ ବୁଝିବା ସହ ଉପଯୁକ୍ତ ଯତ୍ନ ଓ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କହି ରଖୁଛୁ କି, ବିକାଶ ମୋଳା ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଖବର ପାଇ ହଠାତ ମେଡିକାଲରେ ପହଞ୍ଚିଥିଲେ । ହସ୍ପିଟାଲ ଅଧୀକ୍ଷକ ଡାକ୍ତର ମାନସୀ ପଣ୍ଡା ଓ ଅନ୍ଯ ଅଧିକାରୀ ବୃନ୍ଦ ମଧ୍ୟ ମନ୍ତ୍ରୀଙ୍କ ସହ ମେଡିକାଲରେ ପହଞ୍ଚିଥିଲେ ।

