ସଂଚାର ବ୍ୟୁରୋ: କିଛି ଦିନର ବିରତି ପରେ ପୁଣି ଫେରିଲା ତାତି । ଚଳିତ ବର୍ଷ ପ୍ରଥମ ଥର ପାଇଁ 45 ଟପିଲା ତାତି । ଗତକାଲି 45.4 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗଡା । ରାଜ୍ୟରେ ୨ ଦିନ ଭିତରେ ୩ ରୁ ୫ ଡିଗ୍ରୀ ତାପମାତ୍ରା ବଢିବା ସହ ଜାରି ହେବ ଅସମ୍ଭାଳ ତାତି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡକୁ ଅସମ୍ଭାଳ ତାତିକୁ ନେଇ ୟେଲୋ ଓ୍ବାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ।। ଆଜି ପାଇଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବା ସହ ୩୦ ରୁ ୫୦ କିଲୋମିଟର ବେଗର ଝଡ ପବନ ହେବାର ସମ୍ଭାବନା ରହିଛି । ବିଶେଷ କରି ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ରହିବ। ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ କନ୍ଧମାଳ, ବରଗଡ଼, ଅନୁଗୁଳ, ସମ୍ବଲପୁର, ଦେଓଗଡ ,ଢେଙ୍କାନାଳ ଓ ଝାରସୁଗୁଡା ଏହି ୧୧ ଜିଲ୍ଲାକୁ ବାଦ ଦେଇ ଅବଶିଷ୍ଟ ୧୯ ଜିଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆଜି କୋରାପୁଟ ମାଲକାନଗିରି ଓ ନବରଙ୍ଗପୁରର ଗୋଟେ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଅସନ୍ତା ୨୫ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତି ଜାରି ରହିବ।