ରାଜ୍ୟରେ ଆଗକୁ ଆସୁଛି ଭୀଷଣ ତାତି। ବିଶେଷ କରି ୭ତାରିଖରୁ ୧୦ ତାରିଖ ମଧ୍ୟରେ ଭୀଷଣ ତାତି ଅନୁଭବ ହେବ। ଏହି ୩ ଦିନ ମଧ୍ୟରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବଢ଼ିବ । ଗୁରୁବାର ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ପଟେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି। ମଦୁରାଇରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସ୍ଥାନଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ନିକଟତର ହୋଇଛି। ଆଇଏମ୍ଡି ପକ୍ଷରୁ ଜାରି ବିସ୍ତାରିତ ପରସର ଆକଳନ ରିପୋର୍ଟରେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ନେଇ ଆକଳନ କରାଯାଇଛି। ତେଣୁ ଆସନ୍ତା ୪ ଦିନ ଯାଏଁ ରାଜ୍ୟବାସୀ ଭୀଷଣ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ବୋଲି ଆକଳନ କରାଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ନିଷ୍କ୍ରିୟ ରହିବ ବୋଲି ଆଇଏମ୍ଡି ଆକଳନ କରିଛି।