ସଂଚାର ବ୍ୟୁରୋ: ହରିୟାଣା ନିର୍ବାଚନରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ଯରେ ମେଣ୍ଟକୁ ନେଇ ସସପେନ୍ସ । ଆପ୍ ସହ ମେଣ୍ଟ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାହୁଁଥିବା ସୂଚନା ମିଳିଛି । ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ହରିୟାଣା କଂଗ୍ରେସର ନେତାମାନଙ୍କ ମତାମତ ଲୋଡିଛନ୍ତି ରାହୁଲ । ଗତ ଲୋକସଭା ନିର୍ବାଚନରେ ହରିୟାଣା, ଗୁଜରାଟ, ଗୋଆ, ଦିଲ୍ଲୀ ଓ ଚଣ୍ଡୀଗଡ଼ରେ ଏକାଠି ଲଢିଥିଲେ ଦୁଇ ଦଳ । କିଛି ଦିନ ତଳେ ଆପ୍ ସହ ମେଣ୍ଟ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା । ରାଜ୍ଯରେ କଂଗ୍ରେସର ସ୍ଥିତି ଭଲ ଅଛି ଏବଂ ଦଳ ଏକାକୀ ନିର୍ବାଚନ ଲଢୁ ବୋଲି କହିଥିଲେ ଶୈଳଜା । ପୂର୍ବରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିଓ୍ବାଲ କହିଥିଲେ ହରିୟାଣାର ସମସ୍ତ ୯୦ ଆସନରେ ଆପ୍ ଲଢିବ । ସେପଟେ ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଘରି ସମ୍ପଲା କିଲୋଇ ଆସନରୁ ଏବଂ ପିସିସି ସଭାପତି ଉଦୟଭାନ ହୋଦାଲ ଆସନରୁ ଲଢିବେ ବୋଲି ସୂଚନା ମିଳିଛି । ୯୦ ଆସନ ବିଶିଷ୍ଟ ହରିୟାଣାରେ ଆସନ୍ତା ଅକ୍ଟୋବର ୫ରେ ନିର୍ବାଚନ ହେବ ଏବଂ ୮ରେ ଗଣତି ହେବ ।