ସଂଚାର ବ୍ୟୁରୋ: ହରିୟାଣାରେ ପୁଣି ନାଏବ ସିଂ ସୈନୀ ହେବେ ମୁଖ୍ଯମନ୍ତ୍ରୀ। ବିଧାୟକ ଦଳ ବୈଠକରେ ସୈନୀଙ୍କୁ କରାଯାଇଛି ନେତା ନିର୍ବାଚିତ। ଆସନ୍ତାକାଲି ମୁଖ୍ଯମନ୍ତ୍ରୀ ଭାବେ ସେ ଶପଥ ନେବେ। ବିଧାୟକ ଦଳ ବୈଠକରେ ସୈନୀଙ୍କ ନାମ ପ୍ରସ୍ତାବ ଦେଇଥିଲେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଭିଜ। ହରିୟାଣା ବିଧାନସଭା ନିର୍ବାଚନରେ ସୈନୀଙ୍କୁ ମୁଖ୍ଯମନ୍ତ୍ରୀ ଫେସ୍ ଭାବେ ଉପସ୍ଥାପନ କରିଥିଲା ବିଜେପି। ଗତ ମାର୍ଚ୍ଚ ୨୪ରେ ମନୋହରଲାଲ ଖଟ୍ଟର ଇସ୍ତଫା ଦେବା ପରେ ସୈନୀ ହୋଇଥିଲେ ମୁଖ୍ଯମନ୍ତ୍ରୀ। ଏହି ବୈଠକରେ ସାମିଲ ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ପଞ୍ଚକୁଲାର ଦଶହରା ପଡିଆରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ।

