ସଂଚାର ବ୍ୟୁରୋ: ଲୋକସେବା ଭବନରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୟ ହିନ୍ଦ ଲେଖି ଦସ୍ତଖତ କ୍ୟାମ୍ପେନର ଶୁଭାରମ୍ଭ ମଧ୍ଯ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ବହୁ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ। ହର ଘର ତିରଙ୍ଗା କ୍ୟାମ୍ପେନରେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଘର ଉପରେ ତ୍ରିରଙ୍ଗା ଲାଗିବ। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ହେବ। ସମସ୍ତେ କିଭଳି ଏହି ସ୍ଵାଧିନତା ଦିବସରେ ସାମିଲ ହେବେ ସେ ନେଇ ପ୍ରୟାସ ଚାଲିବ । ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେ ପକାଇବା ସହ ଦେଶ ତଥା ଓଡିଶାକୁ ପ୍ରଗତି ପଥରେ ଆଗେଇନେବା ହେଉଛି ଏହାର ଉଦେଶ୍ୟ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।