୨୬ ବର୍ଷରେ ପାଦ ଥାପିଲେ ଟିମ୍ ଇଣ୍ଡିଆର ପ୍ରିନ୍ସ ଶୁବମନ ଗିଲ । ଦୁବାଇରେ ଏବେ ୨୬ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି ଷ୍ଟାର କ୍ରିକେଟର । ୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଏଥିପାଇଁ ସମସ୍ତ ଖେଳାଳି ଦୁବାଇରେ ରହିଛନ୍ତି । ଏସିଆ କପ ପୂର୍ବରୁ, ଦଳର ଉପ-ଅଧିନାୟକ ଗିଲଙ୍କ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି । ଗିଲଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛି ବିସିସିଆଇ ଏବଂ କୋଲକତା ନାଇଟ ରାଇଡର୍ସ । X ରେ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ।
ପଂଜାବର ଫଜିଲକାରେ ୮ ସେପ୍ଟେମ୍ବର ୧୯୯୯ରେ ଜନ୍ମଗ୍ରହଣ କରିଥିଲେ ଗିଲ୍ । ଶୁବମନ ଗିଲ୍ କ୍ରିକେଟ୍ ପ୍ରତି ଆଗ୍ରହୀ ଥିଲେ । କିନ୍ତୁ ତାଙ୍କ ପିତା ଲଖବିନ୍ଦର ସିଂହ ଗିଲ୍ ତାଙ୍କ ଆଗ୍ରହକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ବାପା ଗାଁରେ ନିଜ ଦ୍ୱାରା ନିର୍ମିତ ପିଚ୍ ଉପରେ ଶୁଭମନଙ୍କୁ ବହୁତ ଅଭ୍ୟାସ କରାଇଥିଲେ । ସେ ଗାଁର ପୁଅମାନଙ୍କୁ ତାଙ୍କ ପାଖକୁ ବୋଲିଂ କରିବାକୁ କହୁଥିଲେ । ଆଉ ସର୍ତ୍ତ ଅନୁଯାୟୀ, ଯିଏ ଗିଲଙ୍କ ୱିକେଟ୍ ନେବେ ତାଙ୍କୁ ମଧ୍ୟ ୧୦୦ ଟଙ୍କା ଦିଆଯିବ ବୋଲି ଗେମ୍ ଖେଳୁଥିଲେ ।