ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ECI … ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଓଡ଼ିଶା ଗସ୍ତ । ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ପରେ ସେଠାରୁ କୋଣାର୍କ ଗସ୍ତ କରିବେ । ଆସନ୍ତାକାଲି ସେ ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଓ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଶନିବାର ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ବିମାନ ବନ୍ଦରରୁ ସିଧାସଳଖ ସେ ପୁରୀ ଅଭିମୁଖେ ଗସ୍ତ କରିବେ । ଅପରାହ୍ନ ୧୧ ଟା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ପହଁଚିବେ । ମହାପ୍ରଭୁଙ୍କ ଦର୍ଶନ ପରେ ସେ କୋଣାର୍କ ଗସ୍ତ କରିବେ । ଅପରାହ୍ନ ୩ ଟା ସମୟରେ କୋଣାର୍କରେ ପହଁଚିବେ । ଶନିବାର ରାତିରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଟିମ କୋଣାର୍କରେ ରାତ୍ରି ଯାପନ କରିବେ । ଡିସେମ୍ବର ୨୮ ତାରିଖ ଅର୍ଥାତ ରବିବାର ଦିନ ପୂର୍ବାହ୍ନ ୯. ୪୫ ମିନିଟରେ ସେ ପୁରୀର ରଘୁରାଜପୁର, ମଧ୍ୟାହ୍ନରେ ଭୁବନେଶ୍ୱରର ଧଉଳି ଶାନ୍ତି ସ୍ତୂପ ପରିଭ୍ରମଣ କରିବେ ।

