ସଂଚାର ବ୍ୟୁରୋ: ଅମଳ ସାରିଛି ଚାଷୀ । ହେଲେ ଅମଳ ଧାନକୁ ଖଳାରୁ ମଣ୍ଡିକୁ ବିକ୍ରି କରିବା ପାଇଁ ଆଣିଲେ ଓହ୍ଲାଉ ନଥିବା ଅଭିଯୋଗ ହେଉଛି । ଏପରି ଅଭିଯୋଗ କରିଛନ୍ତି ରାମନାଗୁଡା ଉକମ୍ବା ଅଞ୍ଚଳର ଚାଷୀ । ରବି ଧାନ ବିକ୍ରି କରିବା ପାଇଁ ଟୋକନ ଆସିବା ପରେ ଚାଷୀ ମଣ୍ଡିକୁ ଧାନ ଧରି ଆସିଥିଲେ । ହେଲେ କୁଇଣ୍ଟାଲ ବଦଳରେ ଅଧିକ ୯ କେଜି ଧାନ ଯେଉଁ ଚାଷୀ ଦେବାକୁ ରାଜି ହୋଇଛନ୍ତି ସେହି ଚାଷୀଙ୍କ ଧାନ ମଣ୍ଡିରେ ଓହ୍ଲାଉ ଥିବା ଚାଷୀ ଅଭିଯୋଗ କରିଛନ୍ତି । ରବି ଧାନ ବିକ୍ରି କରିବା ପାଇଁ ରାମନାଗୁଡା ବ୍ଲକ ରେ ୨୧୦ ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି । ତେବେ ଚାଷୀଙ୍କ ଅଭିଯୋଗ ପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

