ସଂଚାର ବ୍ୟୁରୋ: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ନିକଟ ହାଟପଦା ସାହିରେ ଗତ ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ କରି ଜଣେ ବ୍ୟକ୍ତିଙ୍କୁ ହତ୍ୟା । ମୃତକ ହେଲେ ଭୈରବ ସାହୁ । ଗୁଣିଗାରେଡ଼ିକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ। ଘଟଣାସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚିବା ପରେ ଥାନା ଅଧିକାରୀ ଧରଣୀଧର ପ୍ରଧାନଙ୍କୁ ଆକ୍ରମଣ । ଥାନା ଅଧିକାରୀଙ୍କ ମୁଣ୍ଡରେ ଲାଗିଛି ଶକ୍ତ ଆଘାତ ଲାଗିଥିବା ବେଳେ ପୋଲିସ ଗାଡି ଭାଙ୍ଗିଛି । ପଦ୍ମପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଥାନା ଅଧିକାରୀ ଚିକିତ୍ସିତ ହୋଇଛନ୍ତି । ଅପ୍ରିତିକର ପରିସ୍ଥିତି ମୁକାବିଲା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୂତୟନ ରହିଛି ।