ସଂଚାର ବ୍ୟୁରୋ: ବାଂଲାଦେଶୀ ହଟାଅ ହିନ୍ଦୁ ସମାଜ ବଞ୍ଚାଅ। ଏଭଳି ନାରା ଦେଇ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିୟାରେ ମହାମହିମ ରାଷ୍ଟ୍ରପତୀ,ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଦାବିପତ୍ର ପ୍ରଦାନ ପୁର୍ବରୁ ହିନ୍ଦୁ ସଂଙ୍ଗଠନର ସମସ୍ତ ସମର୍ଥକ ମାନେ ଗୁଣୁପୁର ସହରରେ ଏକ ବାଇକ୍ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗୁଣୁପୁର ଅଞ୍ଚଳରେ ବାଙ୍ଗଲାଦେଶୀ ମାନେ ବେପାର ବାଣିଜ୍ୟକୁ ଆଶ୍ରୟ କରି ସହର ଓ ଗ୍ରାମାଞ୍ଚଳରେ ନିଜର ଆଧିପତ୍ୟ ବିସ୍ତାର କରୁଛନ୍ତି।ନକଲି ଆଧାରକାର୍ଡ ବ୍ୟବହାର କରି ଓ ଅଞ୍ଚଳକୁ ପ୍ରବେଶ କରୁଛନ୍ତି। ବାଂଲାଦେଶୀର ଷଡଯନ୍ତ୍ର ମଧ୍ୟ ବ୍ୟବହାର କରୁଛନ୍ତି। ଏଣୁ ସ୍ଥାନୀୟ ପ୍ରଶାସନ ବାଂଲାଦେଶୀମାନଙ୍କ ଆଧାରକାର୍ଡ ଚିହ୍ନଟ କରି ତାଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା କରୁ ବୋଲି ଦାବି କରିଛନ୍ତି ହିନ୍ଦୁ ସମାଜ।