ସଂଚାର ବ୍ୟୁରୋ: ଘର ଭିତରେ ୪ଟି ଅଫୁଟା ଗୁଳି ସହିତ ଗୋଟିଏ ଲାଇସେନ୍ସ ବନ୍ଧୁକ ଜବତ । ଦୀର୍ଘ ଦିନରୁ ଶିକାରୀଙ୍କୁ ବେଆଇନ ଗୁଳି ଯୋଗାଇ ଆସୁଥିଲା ଅଭିଯୁକ୍ତ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଧୋବଣିଶୋଳ ଗ୍ରାମରୁ ଜବତ କରିଛି ପୋଲିସ । ତିନୋଟି ଶିକାରୀଙ୍କ ବୟାନକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କ ଘରେ ଚଢାଉ କରିଥିଲା । ୩୫ଟି କିଣା ରସିଦରେ ୯୫୪ ଟି ବେଆଇନ ଗୁଳି କ୍ରୟ ହୋଇଛି । ଲାଇସେନ୍ସ ଥିବା ବନ୍ଧୁକର ମାଲିକଙ୍କୁ ଗିରଫ କରିଛି ବାଙ୍ଗିରିପୋଷି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଚିତ୍ତରଞ୍ଜନ ଗିରି । ସେ ୨୦୧୬ରୁ ନିଜ ଲାଇସେନ୍ସ ବନ୍ଧୁକ ନାଁରେ ଗୁଳି କିଣି ଜଙ୍ଗଲରେ ପଶୁ ଶିକାର କରୁଥିବା ଶିକାରୀମାନଙ୍କୁ ବିକ୍ରି କରୁଥିଲେ ।