ସଂଚାର ବ୍ୟୁରୋ: ଗୁଜରାଟରେ ଭୟଙ୍କର ବନ୍ୟା। ଏଥିରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। କିଛି ଦିନ ହେଲାଣି ଗୁଜରାଟରେ ଜାରି ରହିଛି ଲଗାଣ ବର୍ଷା। ଏହା ଦ୍ଵାରା ଅନେକ ନଦୀରେ ବନ୍ୟା ଆସିଛି। ସୌରାଷ୍ଟ୍ର ଅଞ୍ଚଳର ବହୁ ଜିଲ୍ଲାରେ ସ୍ଥିତି ସାଂଘାତିକ। ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି ଆର୍ମି ଓ ଏନଡିଆରଏଫ୍। ତେବେ ଆଜିଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଆଶ୍ଵସ୍ତି ପ୍ରକାଶ ପାଇଛି। ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ପ୍ରତିଶୃତି ଦେଇଛନ୍ତି। ଦ୍ଵାରକା, ଆନନ୍ଦ, ବଡ଼ୋଦରା, ଖେଦା, ମୋରବି, ରାଜକୋଟ ଜିଲ୍ଲାରେ ମୁତୟନ ପାଇଁ ଆହୁରି ଅଧିକ ୬ କଲମ୍ ସେନା ମାଗିଛନ୍ତି ଗୁଜରାଟ ସରକାର। ୧୪ ପ୍ଲାଟୁନ ଏନଡିଆରଏଫ୍ ଓ ୨୨ ପ୍ଲାଟୁନ ଏସଡିଆରଏଫ୍ ରିଲିଫ ଓ ଉଦ୍ଧାର କାମରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି।