ସଂଚାର ବ୍ୟୁରୋ: ଗୁଜରାଟର କଚ୍ଛର ଗାନ୍ଧୀଧାମ ଭାଚୌ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ କାଠ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ । ସୂଚନା ପାଇ ସ୍ଥାନୀୟ ପୋଲିସ, ଗାନ୍ଧୀଧାମ ପୌରପାଳିକା ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଅଗ୍ନିଶମ ବାହିନୀର ଦଳ ପହଞ୍ଚି ନିଆଁକୁ ଆୟତ ପାଇଁ ଉଦ୍ୟମ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି । ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ