ସଂଚାର ବ୍ୟୁରୋ: ସୁନା ଚୋରାଚାଲାଣ ବେଳେ ସିଟି ଜିଏସଟି ବିଭାଗର ଚଢ଼ାଉ ।
ଏଟିଏମରେ ଟଙ୍କା ଡିପୋଜିଟ୍ ଦୁଇଟି କଣ୍ଟେନର ଜବତ କଲା ସିଟି ଜିଏସଟି । ୮୦ କେଜି ସୁନା ଓ କୁଇଣ୍ଟାଲରୁ ଅଧିକ ରୂପା ଚାଲାଣ ହେଉଥିବା ସୂଚନା । ଯାହାର ଆନୁମାନିକ ମୂଲ୍ୟ ୩୦ କୋଟି ହେବ ବୋଲି ଜଣାପଡିଛି। ଭୁବନେଶ୍ୱର ଏୟାରପୋର୍ଟରୁ ଏତେ ପରିମାଣର ସୁନା ମିଳିଛି । ମୁମ୍ବାଇ ରୁ ଭୁବନେଶ୍ୱର ଆସୁଥିଲା ସୁନା ରୂପା । ଓଡ଼ିଶାର ବିଭିନ୍ନ ସୁନା ଦୋକାନକୁ ଯାଇଥାନ୍ତା ସମସ୍ତ ସୁନା । ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଜିଏସଟି, ଇନଭଏସ, ଟ୍ୟାକ୍ସ ସହ ଓଜନ ଖାପ ଖାଉଛିକି ନାହିଁ ତାର ଯାଞ୍ଚ ଚାଲିଛି।