ଭୁବନେଶ୍ୱର : ଶିକ୍ଷା ଓ ଶିକ୍ଷକଙ୍କୁ ଗୁରୁତ୍ବ। ମୋହନ ସରକାର ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ପଦବୀକୁ ଖୁବଶୀଘ୍ର ପୁରାଣ କରିବେ ବୋଲି କୁହାଯାଉଛି। ତେବେ ଆସନ୍ତା ଅଗଷ୍ଟ ୫ ତାରିଖରେ ସରକାର ଖୁସି ଖବର ଦେଇପାରନ୍ତି। ସେପ୍ଟେମ୍ବରରେ ୧୮ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଶିକ୍ଷା ଓ ଶିକ୍ଷକଙ୍କୁ ବିଜେପି ସରକାରଙ୍କ ଗୁରୁତ୍ବ । ସେପ୍ଟେମ୍ବରରେ ମିଳିବ ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି। ଆଉ ପରେ ପରେ ଶିକ୍ଷକଙ୍କ ଲାଗି ନିଯୁକ୍ତିର ଭଣ୍ଡାର ଖୋଲି ଦେଇପାରନ୍ତି ରାଜ୍ୟ ସରକାର।
ଗ୍ରାମଞ୍ଚଳ-ଉପାନ୍ତ ସ୍କୁଲରେ ଆଗେ ମିଳିବ ଶିକ୍ଷକଙ୍କୁ ନିଯୁକ୍ତି,ଜଣେ ଶିକ୍ଷକ ଥିବା ସ୍କୁଲକୁ ଦିଆଯିବ ପ୍ରାଥମିକତା। କନିଷ୍ଠ ଶିକ୍ଷକ ନିଯୁକ୍ତି ଲାଗି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକିୟା ଶେଷ ହୋଇସାରିଥିବାବେଳେ,ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ସହ ଅବଜେକ୍ସନର ତାରିଖ ମଧ୍ୟ ଶେଷ ହୋଇଛି। ଅନ୍ୟପଟେ ଅଗଷ୍ଟ ୫ରେ ଜିଲ୍ଲା ପ୍ରଶାସନ ୱେବସାଇଟ୍ ଏବଂ ଓସେପା ୱେବସାଇଟ୍ ରେ ପ୍ରକାଶ ପାଇପାରେ ଚୂଡାନ୍ତ ମେରିଟ୍ ଲିଷ୍ଟ!। ସେହିପରି ଅଗଷ୍ଟ୬ ତାରିଖରେ ସମସ୍ତ ଜିଲ୍ଲାରୁ ଓକାକ୍ କୁ ଚୂଡାନ୍ତ ତାଲିକା ପଠାଇବେ। ଜିଲ୍ଲା ସ୍ତରରେ ୧୨ରୁ ୧୬ ଯାଏ ନିଯୁକ୍ତି ପାଇଁ କରାଯିବ କାଉନସେଲିଂ, ଜିଲ୍ଲା ପ୍ରଶାସନ ପକ୍ଷରୁ ଓକାକ୍ କୁ ପଠାଯିବ ସ୍କୁଲ୍ ଆବଣ୍ଟନ ତାଲିକା ।ସେପ୍ଟେମ୍ବର ସୁଦ୍ଧା ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ପ୍ରକିୟା ସାରିବାକୁ ଯୋଜନା କରିଛନ୍ତି ରାଜ୍ୟସରକାର।