ସଂଚାର ବ୍ୟୁରୋ: ହାତ ଗୋଡ଼ ନଥିବା ଗୋଲ୍ଡ ମେଡାଲିଷ୍ଟ ପାୟଲ ନାଗଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା। ବଲାଙ୍ଗିର ମୁରିବାହାଲ ବାନ୍ଧୁପଲା ଯମୁନାବାହାଲର ଦିବ୍ୟାଙ୍ଗ ପାୟଲ ନାଗ ହାତେଇଛନ୍ତି ସ୍ବର୍ଣ୍ଣ। ରାଜସ୍ଥାନ ଜୟପୁରରେ ହେଇଥିବା ଜାତୀୟ ପାରା ଆର୍ଚେରୀ ନ୍ଯାସନାଲ ଚାମ୍ପିଅନସିପରେ ଗୋଲ୍ଡମେଡାଲ ପାଇବା ପରେ ଗାଁକୁ ଫେରିଛନ୍ତି ସୁନାଝିଅ। ପାୟଲ ଗାଁକୁ ପହଞ୍ଚିବା ପରେ ପରିବାର ସହ ଗ୍ରାମବାସୀ ବେଶ୍ ଖୁସି। ବାଜା ବଜାଇ ବାଣ ଫୁଟାଇ ପାୟଲଙ୍କୁ ସ୍ବାଗତ ହୋଇଛି। ପାୟଲ ଗୋଡ଼ ସାହାଯ୍ଯରେ ଜାତୀୟ ସ୍ଥରରେ ଖେଳିଥିଲେ।
ପାୟଲ ୨୦୧୫ରେ ନିଜ ପରିବାର ସହ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଇଥିଲେ। ବିଦ୍ୟୁତ ସ୍ପର୍ଶରେ ଆସି ଦୁଇ ଗୋଡ଼ ହାତ ହରାଇଥିଲେ। ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣା ପାୟଲକୁ ସାହାଯ୍ୟ କରିବା ସହ ପାର୍ବତୀ ଗିରି ବାଳ ନିକେତନରେରଖିଥିଲେ। ତତ୍କାଳୀୟ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସହାୟତା ଯୋଗାଇଥିଲେ। ଏବେ ଜାମ୍ମୁ କାଶ୍ମୀରରେ ରହି ପାୟଲ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ୁଛନ୍ତି।