Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ICUରେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭମନ ଗିଲ୍

Sanchar Live by Sanchar Live
November 16, 2025
in କ୍ରୀଡ଼ା
0
ICUରେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭମନ ଗିଲ୍
0
SHARES
90
VIEWS
FacebookTwitter

ସଂଚାର ବ୍ୟୁରୋ: ICUରେ ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ଶୁଭମନ ଗିଲ୍ । କୋଲକାତା ଟେଷ୍ଟର ଦ୍ବିତୀୟ ଦିନରେ ବ୍ୟାଟିଂ କରିବା ବେଳେ ହଠାତ୍ ହୋଇପଡ଼ିଥିଲେ ଅସୁସ୍ଥ । ବେକରେ ଅସହ୍ୟ ଯନ୍ତ୍ରଣା ଫଳରେ ହୋଇଥିଲେ ରିଟାୟାର୍ଡ ହର୍ଟ । ଉଡଲ୍ୟାଣ୍ଡସ ହସ୍ପିଟାଲ ICUରେ ଚାଲିଛି ଚିକିତ୍ସା । ତେବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ରହିଛି ।

ସେପଟେ ବିସିସିଆଇ ଏକ୍ସରେ ପୋଷ୍ଟ କରି କହିଛି, ‘ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖୁଛନ୍ତି । ତାଙ୍କୁ ଲାଗିଥିବା ଆଘାତ କେତେ ବଡ଼ ରହିଛି, ତାହା ଆଧାରରେ ଖେଳିବା ଉପରେ ନିଷ୍ପତ୍ତି ନିଆଯିବ ।’

ନଭେମ୍ବର ୧୪ରୁ କୋଲକାତାର ଇଡେନ୍‌ ଗାର୍ଡେନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । ତେବେ ଏହି ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଥିଲା । ମ୍ୟାଚ୍‌ରେ ଭଲ ସ୍ଥିତିରେ ଥିଲେ ମଧ୍ୟ ଟିମ୍ ଇଣ୍ଡିଆର ଟେନ୍‌ସନ୍‌ ବଢ଼ିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍‌ଙ୍କ ଆଘାତ ଦଳର ଟେନସନ୍‌ ବଢ଼ାଇ ଦେଇଥିଲା ।

କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଗିଲ୍‌ ମାତ୍ର ତିନୋଟି ବଲ୍ ଖେଳିଥିଲେ । ଆଉ ଏହା ପରେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ତା’ପରେ ପଡ଼ିଆକୁ ଫିଜିଓଥେରାପିଷ୍ଟ ଆସିଥିଲେ । ଆଉ ଫିଜିଓଙ୍କ ସହ କିଛି ସମୟ କଥା ହେବା ପରେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ଗିଲ୍ । ଆଉ ଏବ ଭାରତୀୟ କ୍ୟାପଟେନ୍‌ ଶୁବମନ ଗିଲ୍‌ଙ୍କୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି ।

ତାଙ୍କୁ ପ୍ରଥମେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେଠାରେ ତାଙ୍କର ବେକ ସ୍କାନ କରାଯାଇଥିଲା । ବିସିସିଆଇ ଡାକ୍ତରୀ ଦଳ ସ୍କାନ ରେଜଲ୍ଟ ପାଇବା ପରେ ତାଙ୍କୁ ICUରେ ଭତ୍ତିର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ପ୍ରଥମ ଇନିଂସରେ ଦୁଇଟି ୱିକେଟ୍ ପଡ଼ିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମନ ଗିଲ୍ କେବଳ ତିନୋଟି ବଲ୍ ଖେଳିଥିଲେ ଏବଂ ଚୌକା ମାରିବା ପରେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ ।

କୋଲକାତାର ଇଡେନ ଗାଡେନ୍‌ଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଯାଇଛି । ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୫୯ ରନରେ ଅଲଆଉଟ୍ କରିବା ପରେ ଭାରତ ମଧ୍ୟ ୧୮୯ ରନରେ ଅଲଆଉଟ ହୋଇଯାଇଛି । ଏହା ପରେ ୨ୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ୭ ଓ୍ୱିକେଟ ହରାଇ ୯୩ ରନ କରିଛି । ଏହା ଫଳରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୬୩ ରନରେ ଆଗୁଆ ରହିଛି । ମ୍ୟାଚର ସ୍ଥିତି ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି ଯେ ଆସନ୍ତାକାଲି ଅର୍ଥାତ ମ୍ୟାଚ୍‌ର ତୃତୀୟ ଦିନରେ ହିଁ ରେଜଲ୍ଟ ଆସିପାରେ ।

Tags: icuShubhaman gill
ShareTweetShareSend
Sanchar Live

Sanchar Live

Next Post
ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.