ଯୁବପିଢ଼ିଙ୍କୁ ଘାରିଛି ଏବେ ଘିବଲି ଫଟୋ ନିଶା। ଫେସବୁକ୍ ହେଉ କି ଇନଷ୍ଟାଗ୍ରାମ, ଅବା ହ୍ୱାଟ୍ସଆପ୍ ଯେଉଁ ଆପ ଖୋଲିଲେ ଏବେ ଦେଖିବାକୁ ମିଳୁଛି ଘିବଲି ଫଟୋ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ ଧରିଛି ଏହି ଘିବଲି ଫଟୋ। ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ଫଟୋ, ସିନେମା ପୋଷ୍ଟର ଠାରୁ ଆରମ୍ଭ କରି ଲୋକଙ୍କ ବ୍ୟକ୍ତିଗତ ଫଟୋ, ଏବେ ଘିବଲି ଆର୍ଟରେ ରୂପାନ୍ତରିତ ହେଉଛି। ‘ଚାଟ୍ ଜିପିଟି’ ଏବଂ ‘ଗ୍ରୋକ’ ଏଆଇ ଟୁଲକୁ ବ୍ୟବହାର କରି ନିଜ ନିଜର ଘିବଲି ଫଟୋ ବନାଉଛନ୍ତି ୟୁଜର୍ସ।
ଘାରିଛି ଘିବଲି ମାନିଆ
ସୋସିଆଲ ମିଡିଆ ସ୍କ୍ରୋଲିଂ କରୁ କରୁ ଆସୁଛି ଘିବଲି ଇମେଜ
ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭ କରି ରାଜନେତା
ଖେଳାଳୀଙ୍କ ଠାରୁ ସାଧାରଣ ଲୋକ
ସୋସିଆଲ ମିଡିଆରେ ସମସ୍ତଙ୍କର ଘିବଲି ଇମେଜ
ଏହାକୁ ବ୍ୟବହାର କରୁଥିବା ୟୁଜର୍ସଙ୍କ ସଂଖ୍ୟା ବଢି ଚାଲିଛି
ଫଳରେ Open AIର ସର୍ଭରରେ ଲୋଡ ବହୁତ ବଢ଼ିଯାଇଛି
ଚାଟ୍ GPT କିମ୍ବା ଏକ୍ସର ଗ୍ରୋକରେ ଯାଇ ନିଜ ଫଟୋ ଅପଲୋଡ କରିହେବ
ଏହା ପରେ ଆସିଯିବ ଘିବଲି ଫଟୋ
କିନ୍ତୁ ଘିବଲି ଇମେଜର ରହିଛି ଅପକାରିତା
ଏଥିରେ ନିଜର ଫଟୋ ଇଣ୍ଟରନ୍ୟାସନାଲ ପ୍ଲା଼ଟଫର୍ମକୁ ଚାଲିଯାଇଥାଏ
ଏହା ଦ୍ବାରା ପ୍ରାଇଭେସି ରହେ ନାହିଁ
ଭବିଷ୍ୟତରେ କେହି ବି ଏହାକୁ ଅପବ୍ୟବହାର କରିପାରେ
କ’ଣ ଏହି ଘିବଲି ଫଟୋ ?
ଘିବଲି ଫଟୋ, ଜାପାନର ପ୍ରସିଦ୍ଧ ଷ୍ଟୁଡିଓ ଘିବଲି ଦ୍ୱାରା ଅନୁପ୍ରାଣିତ
ଏହା ଏକ ଜାପାନୀ ଆନିମେସନ୍ ଷ୍ଟୁଡିଓ
ଘିବଲି ଫୋଟୋର ଉଦ୍ଭାବକ ହେଉଛନ୍ତି ହାୟାଓ ମିୟାଜାକି
ସେ ହେଉଛନ୍ତି ଜାପାନର ଜଣେ ଆନିମେଟର
ତାଙ୍କୁ ‘ଏସିଆର ୱାଲ୍ଟ ଡିଜନି’ କୁହାଯାଏ
ତେବେ ଦଶନ୍ଧି ଧରି ଘିବଲିର ଆନିମେସନ୍ ଫଟୋ ଓ ଭିଡିଓ ଦର୍ଶକଙ୍କୁ ଆକର୍ଷିତ କରିଛି
ବର୍ତ୍ତମାନ ଚାଟ୍ ଜିପିଟି ଏବଂ ଗ୍ରୋକ ଏଆଇ ଟୁଲରେ ଉପକରଣ ମାଗଣାରେ ମିଳୁଥିବାରୁ
ଘିବଲି ଇମେଜ ପୋଷ୍ଟ ପାଇଁ କ୍ରେଜ ବଢିଛି