ସଂଚାର ବ୍ୟୁରୋ: ପୁରୀରେ ଆଦାନୀ ଗୃପର ଅଧ୍ୟକ୍ଷ ଗୌତମ ଆଦାନୀ। ଆଜି ସକାଳେ ସେ ଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ବର୍ଷାରେ ଭିଜି ଭିଜି ପତ୍ନୀ ଓ ପୁଅଙ୍କ ସହିତ ଠାକୁରଙ୍କ ଆଶୀର୍ବାଦ ନେଇଥିଲେ। ଏହା ପରେ ଆଦାନୀ ଫାଉଣ୍ଡେସନ ଓ ଇସ୍କନ ଦ୍ଵାରା ପରିଚାଳିତ ରୋଷଶାଳାକୁ ଯାଇଥିଲେ। ଏଠାରେ ପ୍ରସ୍ତୁତ କରାଯାଉଛି ପ୍ରସାଦ। ରଥଯାତ୍ରା ସମୟରେ ୪୦ ଲକ୍ଷ ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା ହୋଇଛି। ନିଜେ ପୁରୀ ଛାଡ଼ିବା ସହିତ ରୋଷେଇ କାମରେ ସାହାଯ୍ୟ କରିଥିଲେ ଗୌତମ ଆଦାନୀ। ଏପରିକି ନିଜେ ସେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ମଧ୍ୟ କରିଥିଲେ। ପରେ ସେ ପୁରୀ ସମୁଦ୍ର କୂଳକୁ ଯାଇ ଆଦାନୀ ପକ୍ଷରୁ ନିୟୋଜିତ ଲାଇଫ ଗାର୍ଡଙ୍କୁ ମଧ୍ୟ ଭେଟିବେ। ଆଦାନୀ ଲାଇଫ ଗାର୍ଡମାନେ ସମୁଦ୍ରରେ ବୁଡିଯାଉଥିବା ବହୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।