ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ।
ଘଟଣା ଘଟିଛି ମୟଚରଭଂଜ ଜିଲ୍ଲା କପ୍ତିପଦା ଥାନାରେ। ରାତି ତମାମ ଗାଡିକୁ ଫଲୋ କରିବା ପରେ ଶେଷରେ ମାଡି ବସିଲା ଏନସିବିର ସ୍ପେସିଆଲ ସ୍କ୍ୱାର୍ଡ। ଜବତ କରିଲା ୨୩ ବସ୍ତା ଗଞ୍ଜେଇ। କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରେ ମାଡି ବସିଲା ଏନସିବି। କେଉଁଝର ଅଞ୍ଚଳରୁ ଏକ ପିକଅପରେ ତଳେ ଗଞ୍ଜେଇ ବସ୍ତା ରଖିବା ସହିତ ଉପରେ କୋବି ରଖି ତାହାକୁ ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ। କେଉଁଝର ରୁ କପ୍ତିପଦା ହୋଇ ବାରିପଦା ଆସୁଥିଲା ଗଞ୍ଜେଇ। ଯାହାକି ଗଞ୍ଜେଇ ଗାଡି କୁ କପ୍ତିପଦା ନୂଆସାହି ଭରଡା ଛକ ନିକଟରେ ମାଡି ବସିଥିଲା ଏନସିବି ଟିମ। ଏନସିବି ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣା ସ୍ଥଳରୁ ଦୁଇ ଜଣ ଗଞ୍ଜେଇ ମାଫିଆ ଖସି ଯାଇଥିବା କୁହାଯାଉଛି। ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ରୁ ଉର୍ଦ୍ଧ ହେବ ବୋଲି କହିଛି ଏନସିବି ଟିମ୍।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଗଞ୍ଜେଇ ମାଫିଆ ଗଞ୍ଜେଇ ଚୋରା ଚାଲାଣ ପାଇଁ କରୁଥିଲେ ନୁଆ ଟେକନିକ୍ । ଫିଲ୍ମ ଷ୍ଟାଇଲରେ ପଇଡ଼ ବୋଝେଇ ଟ୍ରକରେ ନେଉଥିଲେ ଗଞ୍ଜେଇ। ୧୯୧ କେଜି ଗଞ୍ଜେଇ ସହ ପଶ୍ଚିମ ବଙ୍ଗର ଏକ ପଇଡ଼ ବୋଝେଇ ଟ୍ରକକୁ ଜବତ କରିଛି ବାରଖମା ପୋଲିସ୍ । ପୋଲିସକୁ ଦେଖି ଗଞ୍ଜେଇ ବୋଝେଇ ଟ୍ରକ୍ ଛାଡ଼ି ଡ୍ରାଇଭର ଓ ଚାଲାଣକାରୀ ଘଟଣାସ୍ଥଳରୁ ମାରିଲା ଚମ୍ପଟ । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ଅଧିନସ୍ଥ ବାରଖମା ଫାଣ୍ଡି ଅଧିକାରୀ ଏକ ସ୍ବତନ୍ତ୍ର ଟିମ୍ ନେଇ ରାତ୍ରି କାଳୀନ ପେଟ୍ରୋଲିଂ କରୁଥିବା ବେଳେ ବାରଖମା ଅଞ୍ଚଳ ଦେଇ ଏକ ପଇଡ଼ ବୋଝେଇ ଟ୍ରକ୍ ଦୃତ ଗତିରେ ଯାଉଥିଲା । ପୋଲିସ୍ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକଟି ଦୃତ ଗତିରେ ଆଗକୁ ଚାଲିଯାଇଥିବା ବେଳ ଟ୍ରକକୁ ପିଛା କରିଥିଲା ପେଟ୍ରୋଲିଂ ଟିମ୍ । ସୁଡ୍ରା ପଞ୍ଚାୟତ ଅନ୍ତର୍ଗତ କାମ୍ବେରିକିଆ ବୁଲାଣି ରାସ୍ତା ନିକଟରେ ଟ୍ରକ୍ ଛାଡ଼ି ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ସୋଇଯାଇଥିଲା । ଅନ୍ୟପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ବଜାର ମୁଲ୍ୟ ୧୦ ଲକ୍ଷ ଟଙ୍କା ହେବ ଏବଂ ଏହା ବାଲିଗୁଡ଼ା ଅଞ୍ଚଳରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଅନୁମାନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବାରଖମା ଫାଣ୍ଡି ଅଧିକାରୀ ବାହୁବଳୀ ଅମରେନ୍ଦ୍ର ସୁବୁଦ୍ଧି।
