ଗଂଜାମ ପାଲିବନ୍ଧ ଗାଁରେ ଅଭାବନୀୟ ଘଟଣା। ବିଷ ପିଇ ମାଆ, ପୁଅ ଓ ଝିଅଙ୍କ ମୃତ୍ୟୁ। ସେମାନେ ହେଲେ ମାଆ ଏସ୍ ମାମl ରେଡି। ତାଙ୍କର ବୟସ ୪୧ ବର୍ଷ। ୨୨ ବର୍ଷୀୟ ପୁଅ ରାକେଶ ରେଡ୍ଡି ଓ ୧୭ ବର୍ଷୀୟ ଝିଅ ଏସ୍ ମିନା ରେଡ୍ଡୀ। ମୃତ୍ୟର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି l ଗତକାଲି ପାଳିବନ୍ଧରେ ଠାକୁରାଣୀ ଯାତ୍ରା ପାଇଁ ଆଲୋଚନା ଚାଲିଥିବା ବେଳେ ଉକ୍ତ ପରିବାର କାହାର ଦେଖା ନଥିଲା l ଗାଁ ର କିଛି ବ୍ୟକ୍ତି ଘରକୁ ଯାଇ ଦେଖିଲା ପରେ ତିନି ଜଣ ଘରେ ଅଚେତ ପଡ଼ିଥିଲେ। ସଙ୍ଗେ ସଙ୍ଗେ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।