ସଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ରୋହିଗାଁରେ ପାଗଳ ବିଲୁଆ ଆତଙ୍କ । ପାଗଳ ବିଲୁଆ କାମୁଡାରେ ୫ ଜଣ ମହିଳା ଚାଷୀ ଆହତ ହୋଇଛନ୍ତି । ମହିଳା ଚାଷୀମାନେ ନିଜ ଚାଷ ଜମିରେ କାମ କରୁଥିବା ବେଳେ ପାଗଳ ବିଲୁଆ ଆକ୍ରମଣ କରିଥିଲା । ପ୍ରଥମେ ଜଣେ ମହିଳାକୁ କାମୁଡିଥିଲା ବିଲୁଆ । ତାକୁ ଘଉଡ଼ାଇବାକୁ ଯାଇ ଅନ୍ୟ ଚାରି ଜଣ ମହିଳା ଆକ୍ରମଣ ଶିକାର ହୋଇଛନ୍ତି । ଆହତମାନେ ଆଡପଡା ମେଡିକାଲରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ବନ ବିଭାଗ ଜଙ୍ଗଲୀ ଯନ୍ତୁକୁ ଚାଷ ଜମିରୁ ଘଉଡ଼ାଇବାକୁ ଦାବି ହୋଇଛି ।

