ସଂଚାର ବ୍ୟୁରୋ: ଗଂଜାମ ଗୋପାଳପୁର ଥାନା କରାପଲ୍ଲୀ ନାବାଳିକାକୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି l ନାବାଳିକାଙ୍କ ସହ ଅଭିଯୁକ୍ତର ସଂପର୍କ ଥିବା କୁହାଯାଉଛି। ପରିବାର ଓ ଗାଁ ଲୋକଙ୍କ ଚାପରେ ଉଭୟେ ସଂପର୍କ ଛିନ୍ନ କରିଥିଲେ। ଆଜି ଅଭିଯୁକ୍ତ ନାବାଳିକା ଘରକୁ ଆସିଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ବାଡ଼ି ଓ ବ୍ଲେଡରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ l ଗୋପାଳପୁର ଥାନା ପୋଲିସ ନାବାଳିକାର ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଜାରୀ ରହିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି l