ସଂଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଭେଟନଈ -ଭେଜିପୁଟ ମଝିରେ ସଡ଼କ ଦୁର୍ଘଟଣା। ଡାଲା ଅଟୋ ଓଲଟି ଦୁଇ ମୃତ ଓ ୧୪ ଜଣ ଗୁରୁତର। ଗୁରୁତର ମାନଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସାତ ଜଣକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇ ମୃତକ ହେଲେ ଭେଟନଈ ଗାଁର ୨୫ ବର୍ଷୀୟା ଗାୟତ୍ରୀ ଗୌଡ଼ ଓ ୫୦ ବର୍ଷୀୟା ସରୋଜିନୀ ସାହୁ। ସାନ ଖୋଲି ଗାଁକୁ ଭେଟନଈ ଗାଁର ୨୦ରୁ ଅଧିକ ଲୋକ ଏକ ଡାଲା ଅଟୋରେ ଯଜ୍ଞ ଦେଖିବାକୁ ଯାଇଥିଲେ। ଯଜ୍ଞ ଦେଖି ଫେରିବା ବେଳେ ଡାଲା ଅଟୋଟି ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି।