ସଂଚାର ବ୍ୟୁରୋ: ଆଜି ରାଜଧାନୀ ପ୍ରତିଷ୍ଠା ଦିବସ l ୭୭ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ଵର। ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କଲେ ବାଚସ୍ପତି ସୁରମା ପାଢ଼ୀ। ଏହି ଅବସରରେ ସ୍ଵତନ୍ତ୍ର ପରେଡ ଆୟୋଜନ କରାଯାଇଛି। ୨୧ଟି ପ୍ଲାଟୁନ ପରେଡରେ ଭାଗ ନେଇଛନ୍ତି। ପୋଲିସ ବିଭାଗ ସହିତ ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି l କ୍ୟାପିଟାଲ ଫାଉଣ୍ଡେସନ୍ ଡେ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସାଂସ୍କୃତିକ ଐତିହ୍ୟ ଏବଂ ସହରାଞ୍ଚଳ ବିକାଶର ଏକ ଅନନ୍ୟ ମିଶ୍ରଣ ସହିତ ଏକ ସ୍ପନ୍ଦନଶୀଳ ରାଜଧାନୀରେ ପରିଣତ ହୋଇଛି ଭୁବନେଶ୍ଵର ସହର। କ୍ୟାପିଟାଲ ପ୍ରତିଷ୍ଠା ଦିବସ ଉତ୍ସବରେ ବିସ୍ତୃତ ନାଗରିକ ପରେଡ୍, ବିଧାନସଭାରେ ପତାକା ଉତ୍ତୋଳନ ଏବଂ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କ୍ୟାପିଟାଲ ଗ୍ଲୋରି ଅନର୍ ପୁରସ୍କାର ପ୍ରଦାନ କରାଯିବ।.